Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ ଅଧିକାରୀଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହାପରେ ଘଟଣାସ୍ଥଳରେ ବିବାଦ ବଢି ଯାଇଥିଲା। ଲୋକମାନେ ପରେ ଅଧିକାରୀଙ୍କୁ ଘେରି ଯାଇଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ଉତ୍ତର ଅଂଚଳର ଡିସିପି ମନୋଜ ମୀନା କହିଛନ୍ତି ଯେ […] The post Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ appeared first on Dharitri Odia News.

Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ ଅଧିକାରୀଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହାପରେ ଘଟଣାସ୍ଥଳରେ ବିବାଦ ବଢି ଯାଇଥିଲା। ଲୋକମାନେ ପରେ ଅଧିକାରୀଙ୍କୁ ଘେରି ଯାଇଥିଲେ।

ଏହି ପ୍ରସଙ୍ଗରେ ଦିଲ୍ଲୀ ଉତ୍ତର ଅଂଚଳର ଡିସିପି ମନୋଜ ମୀନା କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତ ପୋଲିସକୁ ନିଲମ୍ବିତ କରାଯାଇଛି। ଏଥିସହିତ ସେ ଶାନ୍ତି ବଜାୟ ରଖିବା ପାଇଁ ଲୋକ ମାନଙ୍କୁ ଅପିଲ କରିଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଉ କିଛି କଠୋର ପଦକ୍ଷେପ ନିଆଯାଇପାରେ।

ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ତେବେ ଏହି ଘଟଣାକୁ ନେଇ କଂଗ୍ରେସର ଦିଲ୍ଲୀ ୟୁନିଟ୍ ପୋଲିସକୁ ନିନ୍ଦା କରିଛି। ” ଏହା ଅତ୍ୟନ୍ତ ବହୁତ ଲଜ୍ଜାଜନକ ଘଟଣା! ବୋଲି କଂଗ୍ରେସ କହିଛି। ଦିଲ୍ଲୀ ପୋଲିସ ରାସ୍ତାରେ ନମାଜ ଦେଉଥିବା ଲୋକମାନଙ୍କୁ ଗୋଇଠା ମାରୁଛନ୍ତି। ଏହାଠାରୁ ଅଧିକ ଲଜ୍ଜାଜନକ କ’ଣ ହୋଇପାରେ?”

The post Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ appeared first on Dharitri Odia News.