Video:ଶତକ ହାସଲ ପରେ କାହିଁକି ‘ଲକେଟ୍‌’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ

ଦୁବାଇ,୨୪।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୧୧ ବଲରୁ ଅପରାଜିତ ୧୦୦ ରନ କରି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଇନିଂସ ମଧ୍ୟରେ ସେ ଅନ୍ତର୍ଜାତୀୟ ଦିନିକିଆରେ ୧୪,୦୦୦ ରନ ପୂରଣ କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିଲେ। ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଖୋଲାଖୋଲି ଭାବରେ ତାଙ୍କ ଭଲ ପାଇବାକୁ […] The post Video:ଶତକ ହାସଲ ପରେ କାହିଁକି ‘ଲକେଟ୍‌’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ appeared first on Dharitri Odia News.

Video:ଶତକ ହାସଲ ପରେ କାହିଁକି ‘ଲକେଟ୍‌’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ

ଦୁବାଇ,୨୪।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୧୧ ବଲରୁ ଅପରାଜିତ ୧୦୦ ରନ କରି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଇନିଂସ ମଧ୍ୟରେ ସେ ଅନ୍ତର୍ଜାତୀୟ ଦିନିକିଆରେ ୧୪,୦୦୦ ରନ ପୂରଣ କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିଲେ।
ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଖୋଲାଖୋଲି ଭାବରେ ତାଙ୍କ ଭଲ ପାଇବାକୁ ପ୍ରକାଶ କରନ୍ତି। ପାକିସ୍ତାନ ବିପକ୍ଷରେ ୫୧ତମ ଶତକ ହାସଲ କରିବା ପରେ ବେକରେ ପିନ୍ଧିଥିବା ଳକେଟ୍‌କୁ ଚୁମ୍ବନ ଦେଇଥିଲେ। ଏହି ଲକେଟ୍‌ଟି କୋହଲିଙ୍କ ପାଇଁ ଖାସ୍‌। କାରଣ ସେ ବିବାହ ମୁଦିକୁ ଲକେଟ୍‌ କରି ପିନ୍ଧିଛନ୍ତି।
କୋହଲି ଶତକ ମାରିବା ମାତ୍ରେ ଲକେଟ୍‌କୁ କାଢି ଚୁମ୍ବନ ଦେଇଥିଲେ। ଏଥିରୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ଏବଂ ସମ୍ମାନକୁ ଦର୍ଶାଏ। ଅନୁଷ୍କା ମଧ୍ୟ କୋହଲିଙ୍କ କ୍ୟାରିଅରର ଚ୍ୟାଲେଞ୍ଜିଂ ମୁହୂର୍ତ୍ତଗୁଡ଼ିକରେ ସର୍ବଦା ତାଙ୍କ ସହିତ ରହିଛନ୍ତି। ପଡ଼ିଆରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ସମ୍ମୁଖୀନ ହେବା ସତ୍ତ୍ୱେ, ସେ ପ୍ରତ୍ୟେକ ମୁହୂର୍ତ୍ତରେ ବିରାଟଙ୍କୁ ସମର୍ଥନ କରଛନ୍ତି।
୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନରେ ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲି ‘ଲକେଟ ସେଲିବ୍ରେସନ’ ଆରମ୍ଭ କରିଥିଲେ। କଷ୍ଟକର ପରିସ୍ଥିତିରେ ପ୍ରଭାବଶାଳୀ ୧୫୩ ରନ କରିବା ପରେ, କୋହଲି ଏକ ଲକେଟ ବାହାର କରି ଏହାକୁ ଚୁମ୍ବନ ଦେଇଥିଲେ। ଏହାପରଠାରୁ ସେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବା ପରେ ଲକେଟ୍‌କୁ ଚୁମ୍ବନ କରନ୍ତି।

 

View this post on Instagram

 

A post shared by ICC (@icc)

The post Video:ଶତକ ହାସଲ ପରେ କାହିଁକି ‘ଲକେଟ୍‌’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ appeared first on Dharitri Odia News.