Viral Screenshot: ଯଦି କିଏ ଆପଣଙ୍କର କଲ୍-ମେସେଜର ରିପ୍ଲାଏ ଦେଉନି, କ’ଣ କରିବେ? ଏହାର ଉତ୍ତର ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସ୍କ୍ରିନସଟ୍ ଖୁବ ଭାଇରାଲ ହେଉଛି। ଏହି ପୋଷ୍ଟଟି ଖୁବ ମଜାଳିଆ। ଏହି ସ୍କ୍ରିନସଟଟି ଜଣେ ବ୍ୟକ୍ତିର ପ୍ରଶ୍ନ। ଏଥିରେ ଜଣେ ଝିଅ ସେଭେଜ ରିପ୍ଲାଏ କରିଛନ୍ତି। ଜଣେ ବ୍ୟକ୍ତି ନିଜ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା। ଏଥିରେ ସେ ଲେଖିଥିଲେ, ‘୨୦ ମିସଡ୍ କଲ୍, ୩୦ରୁ ଅଧିକ ମେସେଜ କରିବା ପରେ ଯଦି ରିପ୍ଲାଏ ନ ଆସେ ତେବେ କଣ କରିବା ଆବଶ୍ୟକ’? ଏହି ପ୍ରଶ୍ନର ଉତ୍ତରରେ ଆୟୁଷୀ ନାମକ […]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସ୍କ୍ରିନସଟ୍ ଖୁବ ଭାଇରାଲ ହେଉଛି। ଏହି ପୋଷ୍ଟଟି ଖୁବ ମଜାଳିଆ। ଏହି ସ୍କ୍ରିନସଟଟି ଜଣେ ବ୍ୟକ୍ତିର ପ୍ରଶ୍ନ। ଏଥିରେ ଜଣେ ଝିଅ ସେଭେଜ ରିପ୍ଲାଏ କରିଛନ୍ତି।
ଜଣେ ବ୍ୟକ୍ତି ନିଜ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା। ଏଥିରେ ସେ ଲେଖିଥିଲେ, ‘୨୦ ମିସଡ୍ କଲ୍, ୩୦ରୁ ଅଧିକ ମେସେଜ କରିବା ପରେ ଯଦି ରିପ୍ଲାଏ ନ ଆସେ ତେବେ କଣ କରିବା ଆବଶ୍ୟକ’?
ଏହି ପ୍ରଶ୍ନର ଉତ୍ତରରେ ଆୟୁଷୀ ନାମକ ଜଣେ ୟୁଜର ରିପ୍ଲାଏ କରିଛନ୍ତି, ‘ଲଜ୍ଜା ଲାଗିବା ଆବଶ୍ୟକ’। ଏହି ଉତ୍ତର ପାଇଁ ବର୍ତ୍ତମାନ ଏହି ସ୍କ୍ରିନସର୍ଟ ଖୁବ ଭାଇରାଲ ହେବାରେ ଲାଗିଛି।
Never leaving this app pic.twitter.com/CsnYQvUXRC
— Rishh (@Riocasm) March 6, 2025
ଏହି ସ୍କ୍ରିନସଟଟି ଏକ୍ସ ପ୍ଲାଟଫର୍ମରେ @Riocasm ନାମକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ପୋଷ୍ଟ ସହ କ୍ୟାପସନରେ ଲେଖାଯାଇଛି ଯେ, ‘ନେଭର ଲିଭିଙ୍ଗ ଦିସ୍ ଆପ’। ଏହାକୁ ୨୧ ହଜାରରୁ ଅଧିକ ଲୋକେ ଦେଖିଲେଣି ଏବଂ ଅନେକ ୟୁଜର ଲାଇକ୍ ଏବଂ କମେଣ୍ଟ କରିଛନ୍ତି।