Viral Video: କାର୍‌ ପଛରେ ଲେଖା ହୋଇଛି ଏମିତି ଏସ୍‌ଏମ୍‌ଏସ୍‌, ଯିଏ ଦେଖୁଛି ସିଏ କହୁଛି…

ଆଜିକାଲି ସୋସିଆଲ ମିଡିଆରେ ଅନେକ କିଛି ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ହସିହସି ଗଡୁଛନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ବେଶ୍‌ ମଜା ଉଠାଉଛନ୍ତି। ସୋସିଆଲ ମିଡିଆରେ କାର୍‌ ପଛରେ ଲେଖାଯାଇଥିବା ଏକ ଏସ୍‌ଏମ୍‌ଏସ୍‌ ବେଶ୍‌ ଭାଇରାଲ ହେଉଛି। ଯାହା ଦେଖି ଲୋକେ ଖୁବ୍‌ ହସୁଛନ୍ତି। ଏଥିରେ ଲେଖାଯାଇଛି ଦୟାକରି ଦୂରତା ବଜାୟ ରଖନ୍ତୁ, ଯଦି ଗାଡ଼ିକୁ ଧକ୍କା ଦେବ, ତେବେ ମୋ’ ସ୍ତ୍ରୀ ମୋତେ ପିଟିବ… ଏହି […] The post Viral Video: କାର୍‌ ପଛରେ ଲେଖା ହୋଇଛି ଏମିତି ଏସ୍‌ଏମ୍‌ଏସ୍‌, ଯିଏ ଦେଖୁଛି ସିଏ କହୁଛି… appeared first on Dharitri Odia News.

Viral Video: କାର୍‌ ପଛରେ ଲେଖା ହୋଇଛି ଏମିତି ଏସ୍‌ଏମ୍‌ଏସ୍‌, ଯିଏ ଦେଖୁଛି ସିଏ କହୁଛି…

ଆଜିକାଲି ସୋସିଆଲ ମିଡିଆରେ ଅନେକ କିଛି ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ହସିହସି ଗଡୁଛନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ବେଶ୍‌ ମଜା ଉଠାଉଛନ୍ତି।

ସୋସିଆଲ ମିଡିଆରେ କାର୍‌ ପଛରେ ଲେଖାଯାଇଥିବା ଏକ ଏସ୍‌ଏମ୍‌ଏସ୍‌ ବେଶ୍‌ ଭାଇରାଲ ହେଉଛି। ଯାହା ଦେଖି ଲୋକେ ଖୁବ୍‌ ହସୁଛନ୍ତି। ଏଥିରେ ଲେଖାଯାଇଛି ଦୟାକରି ଦୂରତା ବଜାୟ ରଖନ୍ତୁ, ଯଦି ଗାଡ଼ିକୁ ଧକ୍କା ଦେବ, ତେବେ ମୋ’ ସ୍ତ୍ରୀ ମୋତେ ପିଟିବ… ଏହି ଅନନ୍ୟ ଚେତାବନୀଟି କାର୍‌ ପଛରେ ଦେଖିବା ମାତ୍ରେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।

 

View this post on Instagram

 

A post shared by Rishav Goyal (@trippi_twenty)

ଏହି ଅନନ୍ୟ ଭିଡିଓଟି ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରିଛି। ରିଷଭ ଗୋୟଲ ନାମକ ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ଏକ ମଜାଦାର କ୍ୟାପଶନ ସହିତ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଲେଖିଛନ୍ତି, ତୁମେ ଆଜି ଏହି ଭାଇକୁ ଧକ୍କା ଦେଇଛ?’ ଭିଡିଓରେ ଦେଖାଯାଉଛି ଯେ, ରେକର୍ଡ କରୁଥିବା ବ୍ୟକ୍ତି ଏହି ମଜାଳିଆ ଏସ୍‌ଏମ୍‌ଏସ୍‌ ସହିତ ଗାଡି ପଛରେ ଅଛନ୍ତି ଏବଂ ସେ ଏହି ମଜାଦାର ମୁହୂର୍ତ୍ତକୁ ତାଙ୍କ କ୍ୟାମେରାରେ ବହୁତ ଭଲ ଭାବରେ କଏଦ କରିଛନ୍ତି।

@trippi_twenty ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଅପଲୋଡ୍‌ ହୋଇଥିବା ଏହି ଭିଡିଓ କ୍ଲିପ୍‌ ନିଆଁ ପରି ବ୍ୟାପିଯାଉଛି,ଏବଂ ୟୁଜର୍ସମାନେ ଏହି ପୋଷ୍ଟରେ ମଜାଦାର କମେଣ୍ଟ ଦେଉଛନ୍ତି।

ଜଣେ ୟୁଜର କହିଛନ୍ତି, ପଢ଼ିବା ସମୟରେ କେହି ଭାଇଙ୍କ ଗାଡ଼ିକୁ ଯେମିତି ଧକ୍କା ନ ଦେଉ। ସେହି ସମୟରେ ଅନ୍ୟ ଜଣେ ୟୁଜର ପରାମର୍ଶ ଦେଇଛନ୍ତି, ଯଦି ଗାଡ଼ି ଧକ୍କା ଖାଏ, ତେବେ ଭାବୀ ଜୀଙ୍କୁ କୌଣସି ହିଲ୍‌ ଷ୍ଟେଶନକୁ ନେଇଯାଅ ଏବଂ ତାଙ୍କ ମନକୁ ଥଣ୍ଡା କର, ସେ ନିଶ୍ଚିତ ଭାବରେ ତୁମକୁ କ୍ଷମା କରିଦେବେ।

ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ସ୍ତ୍ରୀଙ୍କ ଭୟ, କିନ୍ତୁ ଏହା ମଧ୍ୟ ଭଲ। ଅନ୍ୟ ଜଣେ ୟୁଜର କହିଛନ୍ତି, କେହି ନମ୍ବର ପ୍ଲେଟ୍‌ ଦେଖିଛନ୍ତି ନା ନାହିଁ। ଏହା ମନେ ହେଉଛି କି ଗାଡ଼ିଟି ଯେମିତି ଯୌତୁକରେ ଆଣିଥିଲେ। ଏହା ବ୍ୟତୀତ ଅନେକ ୟୁଜର କେବଳ ଲାଫିଙ୍ଗ୍‌ ଇମୋଜି ଦେଇଛନ୍ତି। ମୋଟାମୋଟି ଏହି ଭିଡିଓଟି ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି।

The post Viral Video: କାର୍‌ ପଛରେ ଲେଖା ହୋଇଛି ଏମିତି ଏସ୍‌ଏମ୍‌ଏସ୍‌, ଯିଏ ଦେଖୁଛି ସିଏ କହୁଛି… appeared first on Dharitri Odia News.