Viral Video: ଡାକ୍ତରଖାନାରେ ବିଧାୟକଙ୍କ ଜୋତା ଉଠାଇଲେ ନର୍ସ ! ଭିଡିଓ ଭାଇରାଲ୍

ବିଧାୟକଙ୍କ ଜୋତା ଉଠାଇଲେ ନର୍ସ। ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

Viral Video: ଡାକ୍ତରଖାନାରେ ବିଧାୟକଙ୍କ ଜୋତା ଉଠାଇଲେ ନର୍ସ ! ଭିଡିଓ ଭାଇରାଲ୍

ବିଧାୟକଙ୍କ ଜୋତା ଉଠାଇଲେ ନର୍ସ। ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତାମିଲନାଡୁର ଏକ ସରକାରୀ ଡାକ୍ତରଖାନାର ଜଣେ ନର୍ସ ମାୟିଲାଦୁଥୁରାଇ କଂଗ୍ରେସ ବିଧାୟକ ଏସ ରାଜକୁମାରଙ୍କ ଜୋତା ଉଠାଉଥିବାର ନଜର ଆସିଛନ୍ତି। ଯାହାକୁ ସୋସିଆଲ୍ ମିଡିଆରେ ଖୁବ୍ ନିନ୍ଦା କରାଯାଉଛି।

ଶୁକ୍ରବାର ମାୟିଲାଦୁଥୁରାଇ ଜିଲ୍ଲାର କୋଥାଲାମ ସରକାରୀ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ ବିଧାୟକ ଏସ ରାଜକୁମାର। ସେଠାରେ ଜଣେ ନର୍ସଙ୍କୁ ତାଙ୍କ ଜୋତା ଉଠାଇବାକୁ ବାଧ୍ୟ କରିଥିବା କୁହାଯାଉଛି। ତାମିଲନାଡୁ ବିଜେପି ସଂଯୋଜକ ଏଚ୍ ରାଜା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ବିଧାୟକ ନର୍ସଙ୍କୁ ଏପରି କରିବାକୁ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିବା ଏବଂ ପାଦ ଧୋଇବାର ଭିଡିଓ ଦେଖିଛୁ, କିନ୍ତୁ ଏଠାରେ ମାୟିଲାଦୁଥୁରାଇରେ କଂଗ୍ରେସ ବିଧାୟକ ରାଜକୁମାର ଡ୍ୟୁଟିରେ ଥିବା ନର୍ସଙ୍କୁ ଜୋତା ଉଠାଇ ପାଦ ପାଖରେ ରଖିବାକୁ କହିଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ। ଗାନ୍ଧୀ କଂଗ୍ରେସ କର୍ମୀଙ୍କୁ ମହିଳାମାନଙ୍କୁ କିପରି ସମ୍ମାନ ଦେବେ ତାହା ଶିଖାଇ ନାହାଁନ୍ତି’।

ଜାତୀୟ ଗଣମାଧ୍ୟମରେ ରାଜକୁମାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, "ମୁଁ କୋଥାଲାମ ସରକାରୀ ଡାକ୍ତରଖାନା ପରିସରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିବାକୁ ଯାଇଥିଲି। ଯାଞ୍ଚ ସମୟରେ ଅପରେସନ୍ ଥିଏଟର ମଧ୍ୟକୁ ଯିବାର ଥିଲା। ନିୟମ ଅନୁସାରେ ମୁଁ ମୋର ସାଧାରଣ ଚପଲ କାଢିଲି ଏବଂ ପ୍ରବେଶ ଦ୍ୱାରରେ ରଖାଯାଇଥିବା ଜୋତା ପିନ୍ଧିବାକୁ ଯାଉଥିଲି, ଯାହା ଅପରେସନ୍ ଥିଏଟରରେ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।

ଅଧିକ ପଢ଼ନ୍ତୁ: Salary Of Prisoners: ଇଛା ହେଲେ କଏଦୀ ଏଠି ଜେଲ୍‌ ବାହାରକୁ ବି ଯାଆନ୍ତି !

ଏହି ସମୟରେ ଜଣେ ନର୍ସ ସ୍ବେଚ୍ଛାକୃତ ଭାବରେ ଜୋତା ଉଠାଇ ତଳେ ରଖିଥିଲେ । ମୁଁ କଦାପି କାହାକୁ ଜୋତା ରଖିବାକୁ ବାଧ୍ୟ କରିନି। ମୁଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ବହୁତ ସମ୍ମାନ କରେ। କିଛି ଲୋକ ସେହି ଭିଡିଓର ଏକ ନିର୍ଦ୍ଦିଷ୍ଟ ଅଂଶକୁ କାଟି ଭୁଲ ତଥ୍ୟ ଦେଉଛନ୍ତି। ଏହାକୁ ଭାଇରାଲ୍ କରି ଶସ୍ତା ରାଜନୀତି କରୁଛନ୍ତି ବୋଲି ବିଧାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: Leopard Enters House In Rajasthan: ଭୟଙ୍କର ଲଢେଇ; ହାର୍‌ ମାନିଲା ବାଘ, ଜିତିଲା କୁକୁର, ଦେଖନ୍ତୁ ଭିଡ଼ିଓ...