Viral Video: ପାକିସ୍ତାନୀ ଦରବୁଢାଙ୍କୁ ବାହାହେଲେ ଭାରତୀୟ ତରୁଣୀ; ଭାଇରାଲ୍ ହେଲା ହନିମୁନ୍ ଭିଡିଓ

ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବିବାହ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଯୋଡିଙ୍କ ବିବାହ ଏବଂ ହନିମୁନ୍‌ ଚର୍ଚ୍ଚାରେ ରହିଛି। ଭିଡିଓ ଖୁବ ଭାଇରାଲ୍ ହେଉଛି।

Viral Video: ପାକିସ୍ତାନୀ ଦରବୁଢାଙ୍କୁ ବାହାହେଲେ ଭାରତୀୟ ତରୁଣୀ; ଭାଇରାଲ୍ ହେଲା ହନିମୁନ୍ ଭିଡିଓ

ପ୍ରାୟତଃ ଆପଣ ନିଶ୍ଚୟ ଦେଖିଥିବେ ଯେ ଯଦି କେହି ଭାରତରୁ ଯାଇ ପାକିସ୍ତାନ କିମ୍ବା ପାକିସ୍ତାନରୁ ଆସି ଭାରତରେ ବିବାହ କରନ୍ତି, ତେବେ ଏହା ଇଣ୍ଟର୍‌ନେଟ୍‌ରେ ଆଲୋଚନାର ବିଷୟ ହେବା ପାଇଁ ଅଧିକ ସମୟ ଲାଗେ ନାହିଁ। ବାସ୍ତବରେ, ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବିବାହ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହେ।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ଏହି ବିବାହ ସହିତ ଜଡିତ କିଛି ଅନନ୍ୟ ପ୍ରସଙ୍ଗ ମଧ୍ୟ ଥାଏ। ଧର୍ମ, ବୟସ, ବୃତ୍ତି, ପ୍ରେମ, ବ୍ୟବସାୟ ଇତ୍ୟାଦି ଭଳି ଅନେକ ବିଶେଷ ବିଷୟ ଏଥିରେ ଅନ୍ତର୍ଭୁକ୍ତ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଯୋଡିଙ୍କ ବିବାହ ଏବଂ ହନିମୁନ୍‌ ଚର୍ଚ୍ଚାରେ ରହିଛି। ଭିଡିଓ ଖୁବ ଭାଇରାଲ୍ ହେଉଛି।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ଏହି ବିବାହ କେବଳ ସେମାନଙ୍କ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନୁହେଁ, ବରଂ ଯୋଡିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ହେତୁ ମଧ୍ୟ ଚର୍ଚ୍ଚାରେ ଅଛି। ଅନ୍ୟ ଧର୍ମରେ ବିବାହ କରିବା ବିବାଦ ସହିତ ଜଡିତ ହୋଇଥାଏ। ଏଠାରେ କିନ୍ତୁ ସୀମାପାର ବିବାହ ଏବଂ ହନିମୁନ୍ ଖୁବ୍ ଚର୍ଚ୍ଚାରେ ରହିଛି।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ମୁମ୍ବାଇର ସୁନ୍ଦରୀ, ପାକିସ୍ତାନର ବୃଦ୍ଧ ବ୍ୟବସାୟୀ:

ଭାରତର ମୁମ୍ବାଇ ସହରର ଯୁବତୀ ତାରା ଢିଲୋନ୍ ଏବଂ ପାକିସ୍ତାନର ବୃଦ୍ଧ ବ୍ୟବସାୟୀ ସଲିମ ଗୌରୀଙ୍କ ବିବାହ ପରେ ସେମାନଙ୍କର ହନିମୁନ୍ ଭିଡିଓ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓ ଦେଖି ଲୋକେ କହୁଛନ୍ତି ଯଦି ଟଙ୍କା ଅଛି ତେବେ କ’ଣ ବା କରାଯାଇ ନ ପାରିବ।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ତେବେ ମୁମ୍ବାଇର ଏହି ସୁନ୍ଦରୀ ତାରା ଢିଲୋନଙ୍କ ହୃଦୟ ୫୫ ବର୍ଷ ବୟସ୍କ ପାକିସ୍ତାନୀ ଧନୀ ବ୍ୟକ୍ତି ସଲିମଙ୍କ ପ୍ରତି ଆସିବା ଏକ ବ୍ୟବସାୟିକ ସମ୍ପର୍କ ଭାବରେ ଅଧିକାଂଶ ଲୋକ ଦେଖୁଛନ୍ତି। ଏହି ଯୁବତୀଙ୍କ ପ୍ରକୃତ ବୟସ ଜଣାପଡି ନ ଥିବା ବେଳେ ଫଟୋ ଅତି ବେଶୀରେ୨୫/୨୬ ହେବ ବୋଲି ଅନୁମାନ କରାଯାଏ। ଏହି ସମୟରେ, କିଛି ଲୋକ ହନିମୁନ୍‌ର ଏହି ଭାଇରାଲ୍ ଭିଡିଓକୁ ଏକ ପ୍ରଚାର ପ୍ରସାର ବୋଲି କହୁଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

କିଏ ଶେୟାର କଲା ହନିମୁନ୍‌ର ଭିଡିଓ:

ବାସ୍ତବରେ, ବିବାହ ପରେ ଏହି ଯୋଡି ନିଜେ ସୋସିଆଲ ମିଡିଆରେ ସେମାନଙ୍କ ହନିମୁନ୍ ଭିଡିଓ ଶେୟାର କରିଛନ୍ତି। ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖାଯାଇଥିବା ଯୋଡିଙ୍କ ହାଇ ଲାଇଫ୍ ଷ୍ଟାଇଲ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ସୂଚନାନୁସାରେ, ମୁମ୍ବାଇର ତାରା ଢିଲୋନ୍ ଏକ ଆନ୍ତର୍ଜାତୀୟ ମାର୍କେଟିଂ କମ୍ପାନୀ ସହ ଜଡିତ ଥିବାବେଳେ ପାକିସ୍ତାନୀ ସଲିମ ଗୌରୀ ଜଣେ ଆଇଟି ଶିଳ୍ପପତି। ସେ ନେଟ୍ ସୋଲ୍ ଟେକ୍ନୋଲୋଜୀ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ। ତାଙ୍କର ବ୍ୟବସାୟ ସମଗ୍ର ବିଶ୍ୱରେ ବ୍ୟାପିଛି। ତେବେ ଏହି ଯୋଡି ସୀମା ଅତିକ୍ରମ କରିବା ଏବଂ ସେମାନଙ୍କର ବୟସର ଭିନ୍ନତା ହେତୁ ବହୁତ ଟ୍ରୋଲ୍‌ର ମଧ୍ୟ ଶିକାର ହେଉଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Tara Tsg (@tara_tsg)

ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା:

ସାରା ବିଶ୍ୱରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଉପରେ କିଛି ଲୋକ ପରିହାସ କରୁଥିବା ବେଳେ ଆଉ କିଛି ଲୋକ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି। କିଛି ଲୋକ ସେମାନଙ୍କୁ ଏକ ଭଲ ଯୋଡି ବୋଲି କହି ଆଶୀର୍ବାଦ ଦେଉଥିବାବେଳେ ଆଉ କିଛି ସେମାନଙ୍କୁ ଟଣ୍ଟ ମାରୁଛନ୍ତି।

ଲୋକମାନେ ପ୍ରାୟତଃ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏପରି ସମ୍ପର୍କ ପ୍ରତି ଅଧିକ ଆଗ୍ରହ ଦେଖାନ୍ତି ଏବଂ ତା’ପରେ ସେଗୁଡିକ ଏକ ଚର୍ଚ୍ଚାର ବିଷୟ ପାଲଟିଯାଏ। ସାନିଆ ମିର୍ଜାଙ୍କ ଠାରୁ ନେଇ ସୀମା ହାଇଦର ପର୍ଯ୍ୟନ୍ତ ଲୋକମାନେ ସୀମାପାର ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଥିଲେ।