Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି…
ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ ଗ୍ରୀକ ଝିଅ ଏବଂ ଜଣେ ଦିଲ୍ଲୀ ପୁଅର ବିବାହ ଖବର ଚର୍ଚ୍ଚାରେ ଥିଲା । ଆଉ ଏବେ ମହାକୁମ୍ଭ ପରିଦର୍ଶନ କରିବାକୁ ଆସିଥିବା ଜଣେ ଋଷୀୟ ମହିଳା ଜଣେ ଅଘୋରୀ ବାବାଙ୍କ ପ୍ରେମରେ ପଡିଥିବା […] The post Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି… appeared first on Dharitri Odia News.
ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ ଗ୍ରୀକ ଝିଅ ଏବଂ ଜଣେ ଦିଲ୍ଲୀ ପୁଅର ବିବାହ ଖବର ଚର୍ଚ୍ଚାରେ ଥିଲା । ଆଉ ଏବେ ମହାକୁମ୍ଭ ପରିଦର୍ଶନ କରିବାକୁ ଆସିଥିବା ଜଣେ ଋଷୀୟ ମହିଳା ଜଣେ ଅଘୋରୀ ବାବାଙ୍କ ପ୍ରେମରେ ପଡିଥିବା ଖବର ଚର୍ଚ୍ଚାରେ। ଦୁହେଁ ମହାକୁମ୍ଭରେ ବିବାହ କରିଥିବା ଜଣାପଡିଛି ଏବଂ ସେମାନଙ୍କର ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଜଣେ ରୁଷୀୟ ମହିଳାଙ୍କ ସାକ୍ଷାତକାର ନେଉଥିବାର ଦେଖାଯାଉଛି। ସେମହିଳାଙ୍କୁ ପଚରାଯାଇଥିଲା, ଆପଣ ହିନ୍ଦୁ ଧର୍ମକୁ ପସନ୍ଦ କରନ୍ତି? ଏଥିରେ ସେି ହସି ହସି ଉତ୍ତର ଦେଲେ ଯେ ସେ ଭଗବାନ ଗଣେଶଙ୍କର ଜଣେ ଭକ୍ତ। ସେହି ସମୟରେ ଯେତେବେଳେ ସେହି ବ୍ୟକ୍ତି ଅଘୋରୀ ବାବାଙ୍କୁ ପଚାରିଲେ ଯେ ଏହି ମହିଳା ଜଣଙ୍କ ତାଙ୍କ ତପସ୍ୟାରେ ବିରକ୍ତି ସୃଷ୍ଟି କରୁଛି କି? ବାବା ଲାଜରେ ହସିଲେ। ଏହି ସୁନ୍ଦର ଏବଂ ଅନନ୍ୟ ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଅନନ୍ୟ ପ୍ରେମ କାହାଣୀ ଉପରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।
ଏହି ଭିଡିଓଟି Instagram ରେ @rue_xyz ନାମକ ଏକ ପେଜରୁ ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭିୟୁ ପାଇସାରିଲାଣି। ଅନେକ ଲୋକ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏବେ ଆମକୁ ମଧ୍ୟ ବାବା ହେବାକୁ ପଡିବ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବାବାଙ୍କୁ ତାଙ୍କ ତପସ୍ୟାର ଫଳ ମିଳିଛି।
The post Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି… appeared first on Dharitri Odia News.