Watch Video:ମ୍ୟାଚ୍ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍ଙ୍କୁ କହିଲେ, ମୋତେ ଦେଖ…
ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ ଲକ୍ଷ୍ୟ ଆଗରେ କେକେଆର ମାତ୍ର ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ଚତୁର୍ଥ ବିଜୟ ହୋଇଥିବା ବେଳେ କୋଲକାତା ଲାଗି ଏହା ଚତୁର୍ଥ ପରାଜୟ। ବିଜୟ ପରେ ପଞ୍ଜାବ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ଖୁସି ଥିଲେ, ସେ ପଡ଼ିଆରେ ଥିବା ସମସ୍ତ ଖେଳାଳିଙ୍କୁ ଭେଟି […] The post Watch Video:ମ୍ୟାଚ୍ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍ଙ୍କୁ କହିଲେ, ମୋତେ ଦେଖ… appeared first on Dharitri Odia News.
ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ ଲକ୍ଷ୍ୟ ଆଗରେ କେକେଆର ମାତ୍ର ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ପଞ୍ଜାବର ଚତୁର୍ଥ ବିଜୟ ହୋଇଥିବା ବେଳେ କୋଲକାତା ଲାଗି ଏହା ଚତୁର୍ଥ ପରାଜୟ।
ବିଜୟ ପରେ ପଞ୍ଜାବ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ଖୁସି ଥିଲେ, ସେ ପଡ଼ିଆରେ ଥିବା ସମସ୍ତ ଖେଳାଳିଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। ବିଜୟ ପରେ ମଧ୍ୟ ପ୍ରୀତି ଥରି ଉଠିଥିଲେ, ସେ ନିଜେ କୋଚଙ୍କୁ ଏହା କହିଥିଲେ!
୧୧୨ ରନର ପିଛା କରି କୋଲକାତା ନାଇଟ ରାଇଡର୍ସ ୬୨/୨ କରିଥିଲା, ୭୫ ବଲରୁ ୫୦ ରନ ଆବଶ୍ୟକ କରୁଥିଲା ଏବଂ ଏହି ସମୟ ପର୍ଯ୍ୟନ୍ତ କେହି ଭାବି ନ ଥିଲେ ଯେ ପଞ୍ଜାବ କିଙ୍ଗ୍ସ ଏଠାରୁ ମ୍ୟାଚ ଜିତିପାରିବ। କିନ୍ତୁ ୟୁଜବେନ୍ଦ୍ର ଚହଲ ଏହି ଭାଗୀଦାରି ଭାଙ୍ଗି ରାହାଣେଙ୍କୁ ଏଲବିଡବ୍ଲୁ ଆଉଟ କରିଥିଲେ, ଏହା ମ୍ୟାଚ୍ର ମୋଡ଼ ସାବ୍ୟସ୍ତ ହୋଇଥିଲା। କାରଣ ଏହିଠାରୁ କେକେଆର ବ୍ୟାଟସମ୍ୟାନମାନେ ତାସ ପତା ପରି ଭାଙ୍ଗି ପଡ଼ିଥିଲେ। ପ୍ରୀତି ଜିଣ୍ଟାଙ୍କ ଦୁଃଖ ଖୁସିରେ ପରିଣତ ହେଲା।
ବିଜୟ ପରେ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ପ୍ରଥମେ ଗ୍ରାଉଣ୍ଡକୁ ଯାଇଥିଲେ, ସେ ଅଧିନାୟକ ଶ୍ରେୟସ ଆୟରଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ସେ କୋଚ ରିକି ପଣ୍ଟିଂଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ, ସେ କୋଚଙ୍କୁ ତାଙ୍କ ଦୁଇ ହାତ ଛୁଇଁବାକୁ କହିଥିଲେ। ଭିଡିଓରେ ଦେଖାଯାଉଛି ଯେ, ତାଙ୍କ ଦୁଇ ହାତ ଥରୁଛି।
Preity Zinta was really happy with performance of Punjab Kings Today.
congrats @PunjabKingsIPL for a thriller victory. pic.twitter.com/iNvuXm6TJB— ????????????????????????????
(@hiit_man45) April 15, 2025
ଟସ୍ ଜିତି ବ୍ୟାଟିଂ କରିଥିବା ପଞ୍ଜାବ ୧୫.୩ ଓଭରରେ ୧୧୧ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ପ୍ରଭସିମରନ ସିଂ ୩୦ (୨ ଚୌକା ଓ ୩ ଛକା), ପ୍ରିୟାଂଶ ଆର୍ଯ୍ୟ ୨୨ (୩ ଚୌକା ଓ ୧ ଛକା), ଶଶାଙ୍କ ସିଂ (୧୮), ଜାଭିଅର ବାର୍ଟଲେଟ (୧୧) ଓ ନେହାଲ ଓ୍ବାଧେରା (୧୦)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ। କୋଲକାତା ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ଦୁଇଟି ଲେଖାଏ ଉଇକେଟ ହାତେଇଥିଲେ। ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା କୋଲକାତା ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ୧୫.୧ ଓଭରରେ ୯୫ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୩୭(୫ ଚୌକା ଓ ୧ ଛକା), ଅଧିନାୟକ ଅଜିଙ୍କ୍ୟ ରାହାନେ ୧୭ ଓ ଆନ୍ଦ୍ରେ ରସେଲ ୧୭ ରନ କରିଥିଲେ। ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରିନଥିଲେ। ପଞ୍ଜାବ ଲାଗି ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ ଓ ମାର୍କୋ ଜାନସେନ ୩ଟି ଉଇକେଟ ନେଇଥିଲେ।
The post Watch Video:ମ୍ୟାଚ୍ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍ଙ୍କୁ କହିଲେ, ମୋତେ ଦେଖ… appeared first on Dharitri Odia News.
(@hiit_man45)