Water Scarcity in Ganjam Village: ଡହଡହ ଖରାରେ ପାଣି ଟୋପେ ଖୋଜିବାକୁ ଗରା ମାଠିଆ ଧରି ବୁଲୁଛନ୍ତି ଲୋକେ
ସକାଳୁ ଉଠିଲେ ଲୋକଙ୍କୁ ପାଣିଚିନ୍ତା । ମହିଳା ମାନେ ହାତରେ ଗରା ମାଠିଆ ଧରି ଗାଁ ନଦୀକୁ ଯାଉଛନ୍ତି । ନଦୀର ଶୁଖିଲା ବାଲିରେ ଚୁଆ କରି ସେଠାରୁ ପାଣିକୁ ମୁନ୍ଦେ ମୁନ୍ଦେ କରି ସଂଗ୍ରହ କରୁଛନ୍ତି । ସକାଳ ୯ ଟା ହୋଇଗଲେ ନଦୀର ବାଲି ତାତି ଯାଉଥିବାରୁ ତରବରିଆ ଭାବେ ମହିଳା ମାନେ ପାଣିଧରି ଘରକୁ ଫେରୁଛନ୍ତି ।