World Cancer Day 2024: ରୋଗର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଇବା ମୂଳ ଲକ୍ଷ୍ୟ
୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।
ଆଜି ବିଶ୍ୱ କର୍କଟ ଦିବସ। ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ। କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି। ୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।
ଏହି ଅବସରରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଛି। ଏଣୁ ସାରା ବିଶ୍ୱରେ କର୍କଟ ରୋଗ ବଢ଼ିବାରେ ଲାଗୁଛି । ଜନସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ତେବେ ବିଶ୍ୱ କର୍କଟ ଦିବସ ଅବସରରେ କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ଓଟିଭି ପକ୍ଷରୁ ମିନି ମାରାଥନର ଆୟୋଜନ କରାଯାଇଛି। ଭୁବନେଶ୍ୱର ପ୍ଲସ ଟୁ କାଉନସିଲ୍ ଅଫିସ ନିକଟ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବାରାକ୍ ପଡିଆରୁ ଆରମ୍ଭ ହୋଇଛି ମାରାଥନ। ଏଥିରେ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ।
ବିଶ୍ୱ କର୍କଟ ଦିବସରେ OTVର ମିନି ମାରାଥନ । କ୍ୟାନସରକୁ ନେଇ ସଚେତନତା ସୃଷ୍ଟି ପାଇଁ ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ । ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ।#WorldCancerDay #OTVMiniMarathon2024 #OTV pic.twitter.com/jZVGPkwftT — ଓଟିଭି (@otvkhabar) February 4, 2024
ବିଶ୍ୱ କର୍କଟ ଦିବସରେ ଓଟିଭିର ମିନି ମାରାଥନ। କର୍କଟ ରୋଗର କାରଣ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି#OTV #MiniMarathon #WorldCancerDay pic.twitter.com/2hpr75UmYn — ଓଟିଭି (@otvkhabar) February 4, 2024
ଆଜି ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ.. #OTVMiniMarathon2024 #OdishaTV #WorldCancerDay #Odisha #OTV pic.twitter.com/4k2s2kyDDZ — ଓଟିଭି (@otvkhabar) February 4, 2024
ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡ଼ିଆରୁ ଆରମ୍ଭ ହେଲା ଓଟିଭି ମିନି ମାରାଥନ୍ ୨୦୨୪ #OTVMiniMarathon2024 #OdishaTV #WorldCancerDay pic.twitter.com/goTWwfEOTU — ଓଟିଭି (@otvkhabar) February 4, 2024