WWE ର ପ୍ରସିଦ୍ଧ କୁସ୍ତିଯୋଦ୍ଧା ହଲ୍କ ହୋଗନଙ୍କ ପରଲୋକ, ୭୧ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ
ନୂଆଦିଲ୍ଲୀ – ମହାନ ଆମେରିକୀୟ କୁସ୍ତିଯୋଦ୍ଧା ହଲ୍କ ହୋଗନଙ୍କର ଗୁରୁବାର (୨୪ ଜୁଲାଇରେ) ହୃଦଘାତ ଯୋଗୁଁ ପରଲୋକ ଘଟିଛି। ରିପୋର୍ଟ ଅନୁସାରେ , ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁବାର ଛାତିରେ ଯନ୍ତ୍ରଣା ହେବାରୁ ଫ୍ଲୋରିଡା ସ୍ଥିତ କ୍ଲିୟରୱାଟରରେ ଥିବା ହଲ୍କ ହୋଗନଙ୍କ ଘରକୁ ଡାକ୍ତରଙ୍କୁ ଡ଼କାଯାଇ ଥିଲା , ଏହାପରେ ମହାନ କୁସ୍ତିଯୋଦ୍ଧାଙ୍କୁ କ୍ଲିୟରୱାଟର ସ୍ଥିତ ତାଙ୍କ ଘରୁ ଆମ୍ୱୁଲାନ୍ସରେ ଷ୍ଟ୍ରେଚରରେ ନିଆ ଯାଇଥିଲା। ୧୧ ଅଗଷ୍ଟ, ୧୯୫୩ ରେ ଜର୍ଜିଆର ଅଗଷ୍ଟାରେ ଜନ୍ମିତ ହଲ୍କ ବୃତ୍ତିଗତ କୁସ୍ତି ଇତିହାସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ। ୟୁଏସ୍ ୱିକଲିର ରିପୋର୍ଟ ଅନୁସାରେ , ଜୁନ୍ରେ ହଲ୍କ ହୋଗନଙ୍କ ହାର୍ଟର ବଡ଼ ଅପରେସନ ହୋଇଥିଲା। WWE is saddened to learn WWE Hall of Famer Hulk Hogan has passed away.One of pop culture’s most recognizable figures, Hogan helped WWE achieve global recognition in the 1980s.WWE extends its condolences to Hogan’s family, friends, and fans.— WWE (@WWE) July 24, 2025ଅଗଷ୍ଟ ୧୯୫୩ରେ ଜର୍ଜିଆର ଅଗଷ୍ଟାରେ ଜନ୍ମିତ ଟେରି ଜିନ୍ ବୋଲିଆ ( ହୋଗନଙ୍କ ପ୍ରକୃତ ନାଁ) ଫ୍ଲୋରିଡାର ପୋର୍ଟ ଟାମ୍ପାରେ ବଢି ଥିଲେ। ଅଳ୍ପ ବୟସରୁ ତାଙ୍କର କୁସ୍ତି ପ୍ରତି ରୁଚି ବଢିଥିଲା , ଏହାପେର ସେ ଅଗଷ୍
ନୂଆଦିଲ୍ଲୀ – ମହାନ ଆମେରିକୀୟ କୁସ୍ତିଯୋଦ୍ଧା ହଲ୍କ ହୋଗନଙ୍କର ଗୁରୁବାର (୨୪ ଜୁଲାଇରେ) ହୃଦଘାତ ଯୋଗୁଁ ପରଲୋକ ଘଟିଛି। ରିପୋର୍ଟ ଅନୁସାରେ , ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁବାର ଛାତିରେ ଯନ୍ତ୍ରଣା ହେବାରୁ ଫ୍ଲୋରିଡା ସ୍ଥିତ କ୍ଲିୟରୱାଟରରେ ଥିବା ହଲ୍କ ହୋଗନଙ୍କ ଘରକୁ ଡାକ୍ତରଙ୍କୁ ଡ଼କାଯାଇ ଥିଲା , ଏହାପରେ ମହାନ କୁସ୍ତିଯୋଦ୍ଧାଙ୍କୁ କ୍ଲିୟରୱାଟର ସ୍ଥିତ ତାଙ୍କ ଘରୁ ଆମ୍ୱୁଲାନ୍ସରେ ଷ୍ଟ୍ରେଚରରେ ନିଆ ଯାଇଥିଲା।
୧୧ ଅଗଷ୍ଟ, ୧୯୫୩ ରେ ଜର୍ଜିଆର ଅଗଷ୍ଟାରେ ଜନ୍ମିତ ହଲ୍କ ବୃତ୍ତିଗତ କୁସ୍ତି ଇତିହାସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ। ୟୁଏସ୍ ୱିକଲିର ରିପୋର୍ଟ ଅନୁସାରେ , ଜୁନ୍ରେ ହଲ୍କ ହୋଗନଙ୍କ ହାର୍ଟର ବଡ଼ ଅପରେସନ ହୋଇଥିଲା।
WWE is saddened to learn WWE Hall of Famer Hulk Hogan has passed away.
One of pop culture’s most recognizable figures, Hogan helped WWE achieve global recognition in the 1980s.
WWE extends its condolences to Hogan’s family, friends, and fans.— WWE (@WWE) July 24, 2025
ଅଗଷ୍ଟ ୧୯୫୩ରେ ଜର୍ଜିଆର ଅଗଷ୍ଟାରେ ଜନ୍ମିତ ଟେରି ଜିନ୍ ବୋଲିଆ ( ହୋଗନଙ୍କ ପ୍ରକୃତ ନାଁ) ଫ୍ଲୋରିଡାର ପୋର୍ଟ ଟାମ୍ପାରେ ବଢି ଥିଲେ। ଅଳ୍ପ ବୟସରୁ ତାଙ୍କର କୁସ୍ତି ପ୍ରତି ରୁଚି ବଢିଥିଲା , ଏହାପେର ସେ ଅଗଷ୍ଟ ୧୯୭୭ରେ ବୃତ୍ତିଗତ ଭାବେ ଏହି ଖେଳରେ ଅଂଶଗ୍ରହଣ କରି ଥିଲେ ଏବଂ ‘ହଲ୍କ’ର ଉପାଧି ପାଇଥିଲେ। ତାଙ୍କର ହଳଦିଆ ଓ ନାଲି ରଙ୍ଗର ପୋଷାକ ଖୁବ୍ ଚର୍ଚ୍ଚାରେ ରହିଥିଲା। ହଲ୍କ ୧୯୮୦ର ଦଶକର WWEର ସବୁଠୁ ପ୍ରସିଦ୍ଧ ନାଁରେ ଜଣେ ଥିଲେ । ସେ ଛଅଟି WWE ଚମ୍ପିୟନଶିପ୍ ଜିତିଥିଲେ ।