X ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ, ମସ୍କଙ୍କ ସହ କାମ କରିବାର ଅନୁଭୂତି କଲେ ସେୟାର
ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନି 'ଏକ୍ସ'ର ସିଇଓ ଲିଣ୍ଡା ୟାକାରିନୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲିଣ୍ଡା ଏପରି ଏକ ସମୟରେ ନିଜ ପଦ ଛାଡ଼ିଛନ୍ତି, ଯେତେବେଳେ କମ୍ପାନି ସାମନାରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି । ସେ ତାଙ୍କର ୨ ବର୍ଷର କାର୍ଯ୍ୟକାଳକୁ ଅଦ୍ଭୂତ ବୋଲି ବର୍ଣ୍ଣନା କରିଛନ୍ତି । ୟାକାରିନୋ କହିଛନ୍ତି ଯେ 'ଏକ୍ସ' ଟିମ୍ ଉପରେ ମୁଁ ଅତ୍ୟନ୍ତ ଗର୍ବିତ । ଆମେ ସମସ୍ତେ ମିଶି ଯେଉଁ ଐତିହାସିକ ପରିବର୍ତ୍ତନ ଆଣିଛୁ, ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ । ଲିଣ୍ଡା ୟାକାରିନୋଙ୍କ କାର୍ଯ୍ୟକାଳ ଛୋଟ ଥିଲା, କିନ୍ତୁ ଆହ୍ୱାନପୂର୍ଣ୍ଣ ଥିଲା ।ଲିଣ୍ଡାଙ୍କ ନେତୃତ୍ୱରେ ଏକ୍ସର ବିଜ୍ଞାପନ ବ୍ୟବସାୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ୨୦୨୧ରେ ମସ୍କଙ୍କ ଦ୍ୱାରା ଅଧିଗ୍ରହଣ ପୂର୍ବ ତୁଳନାରେ କମ୍ପାନିର ବିଜ୍ଞାପନ ରାଜସ୍ୱ ଏବେ ବି ପ୍ରାୟ ଅଧା ଅଛି । ତେବେ ଚଳିତ ବର୍ଷ ଏଥିରେ ସୁଧାର ଆସିବା ନେଇ ଆଶା କରାଯାଉଛି । ୟାକାରିନୋଙ୍କୁ ମସ୍କଙ୍କ ବିବାଦୀୟ ମନ୍ତବ୍ୟ ଏବଂ ଆଇନଗତ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା । ୨୦୨୩ରେ ମସ୍କ ପ୍ଲାଟଫର୍ମରୁ ଦୂରେଇ ରହିଥିବା ବିଜ୍ଞାପନଦାତାଙ୍କ ଉପରେ କଡ଼ା ମନ୍ତବ୍ୟ ଦେବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ମସ୍କଙ୍କ ମନ୍ତବ୍ୟ କମ୍ପାନି ପ୍ରତି ବିଶ୍ୱାସ ସୃଷ୍ଟି କରିବାରେ ୟାକାରିନୋଙ୍କ ଉଦ୍ୟମକୁ କଷ୍ଟସାଧ୍ୟ କରିଥିଲା ।ଲିଣ୍ଡା 'ଏକ୍ସ'ରେ ପୋଷ୍ଟ କରି କହିଛନ୍ତି,
ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନି 'ଏକ୍ସ'ର ସିଇଓ ଲିଣ୍ଡା ୟାକାରିନୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲିଣ୍ଡା ଏପରି ଏକ ସମୟରେ ନିଜ ପଦ ଛାଡ଼ିଛନ୍ତି, ଯେତେବେଳେ କମ୍ପାନି ସାମନାରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି । ସେ ତାଙ୍କର ୨ ବର୍ଷର କାର୍ଯ୍ୟକାଳକୁ ଅଦ୍ଭୂତ ବୋଲି ବର୍ଣ୍ଣନା କରିଛନ୍ତି । ୟାକାରିନୋ କହିଛନ୍ତି ଯେ 'ଏକ୍ସ' ଟିମ୍ ଉପରେ ମୁଁ ଅତ୍ୟନ୍ତ ଗର୍ବିତ । ଆମେ ସମସ୍ତେ ମିଶି ଯେଉଁ ଐତିହାସିକ ପରିବର୍ତ୍ତନ ଆଣିଛୁ, ତାହା ପ୍ରକୃତରେ ପ୍ରଶଂସାଯୋଗ୍ୟ । ଲିଣ୍ଡା ୟାକାରିନୋଙ୍କ କାର୍ଯ୍ୟକାଳ ଛୋଟ ଥିଲା, କିନ୍ତୁ ଆହ୍ୱାନପୂର୍ଣ୍ଣ ଥିଲା ।
ଲିଣ୍ଡାଙ୍କ ନେତୃତ୍ୱରେ ଏକ୍ସର ବିଜ୍ଞାପନ ବ୍ୟବସାୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ୨୦୨୧ରେ ମସ୍କଙ୍କ ଦ୍ୱାରା ଅଧିଗ୍ରହଣ ପୂର୍ବ ତୁଳନାରେ କମ୍ପାନିର ବିଜ୍ଞାପନ ରାଜସ୍ୱ ଏବେ ବି ପ୍ରାୟ ଅଧା ଅଛି । ତେବେ ଚଳିତ ବର୍ଷ ଏଥିରେ ସୁଧାର ଆସିବା ନେଇ ଆଶା କରାଯାଉଛି । ୟାକାରିନୋଙ୍କୁ ମସ୍କଙ୍କ ବିବାଦୀୟ ମନ୍ତବ୍ୟ ଏବଂ ଆଇନଗତ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା । ୨୦୨୩ରେ ମସ୍କ ପ୍ଲାଟଫର୍ମରୁ ଦୂରେଇ ରହିଥିବା ବିଜ୍ଞାପନଦାତାଙ୍କ ଉପରେ କଡ଼ା ମନ୍ତବ୍ୟ ଦେବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ମସ୍କଙ୍କ ମନ୍ତବ୍ୟ କମ୍ପାନି ପ୍ରତି ବିଶ୍ୱାସ ସୃଷ୍ଟି କରିବାରେ ୟାକାରିନୋଙ୍କ ଉଦ୍ୟମକୁ କଷ୍ଟସାଧ୍ୟ କରିଥିଲା ।
ଲିଣ୍ଡା 'ଏକ୍ସ'ରେ ପୋଷ୍ଟ କରି କହିଛନ୍ତି, ଏକ୍ସକୁ ନେଇ ଏଲନ୍ ମସ୍କଙ୍କ ଭିଜନ୍ ଉପରେ ଆଲୋଚନା ବେଳେ ମୁଁ ଜାଣିଥିଲି ଯେ ଏହି କମ୍ପାନିର ଅସାଧାରଣ ମିଶନ ପୂରଣ କରିବା ମୋ ପାଇଁ ଜୀବନର ଏକ ସୁବର୍ଣ୍ଣ ସୁଯୋଗ ହେବ । ଏକ୍ସକୁ ସମ୍ଭାଳିବାର ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ । ଆମେ ଏକାଠି ଯେଉଁ ଐତିହାସିକ ବ୍ୟବସାୟିକ ପରିବର୍ତ୍ତନ ହାସଲ କରିଛୁ ତାହା ଉଲ୍ଲେଖନୀୟ । ୟାକାରିନୋ କହିଛନ୍ତି ଯେ ଏକ୍ସ ବିଶେଷ ଭାବରେ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ଏବଂ ବିଜ୍ଞାପନଦାତାଙ୍କ ବିଶ୍ୱାସ ଫେରି ପାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ପ୍ଲାଟଫର୍ମରେ ପ୍ରଭାବଶାଳୀ ସ୍ୱର ଏବଂ ବିଷୟବସ୍ତୁ ଆଣିବା ପାଇଁ ନିରନ୍ତର ପ୍ରୟାସ କରିଛି ।