ଅକାଳି ନେତାଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ କଙ୍ଗନା, ଜାଣନ୍ତୁ କହିଛନ୍ତି କ’ଣ?
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂହ ମାନଙ୍କ ‘ଦୁଷ୍କର୍ମ ଅଭିଜ୍ଞତା’ ବୟାନ ପରେ ରାଜନୀତି ଏବେ ଅଧିକ ଉଷ୍ମ ହୋଇଛି। ସିମରନଜିତଙ୍କ ବୟାନ ଉପରେ ବିଜେପି ସାଂସଦ କଙ୍ଗନା ରଣାଓତ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆଜି ମୋତେ ଦୁଷ୍କର୍ମ ଧମକ ମିଳିଛି, ମୋତେ ଏମିତି ଧମକ ଦେଇ କେହି ମୋର ଶ୍ୱରକୁ ଦବାଇ ଦେଇ ପାରିବନାହିଁ। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବର ପୂର୍ବତନ ସାଂସଦ ଓ ଶିରୋମଣି ଅକାଳି ଦଳର ନେତା ସିମରନଜିତ ସିଂହ ମାନ ଗୁରୁବାର କଙ୍ଗନାଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ। IANS ExclusiveKangana Ranaut responds to Former Punjab MP Simranjit Singh Mann's statement pic.twitter.com/AzbHz1CVhW— IANS (@ians_india) August 29, 2024ସିମରନଜିତ ସିଂହ ମାନ କହିଥିଲେ ‘ଆପଣ କଙ୍ଗନା ରଣାଓତଙ୍କୁ ପଚାରି ପାରନ୍ତି ରେପ କିପରି ହୁଏ ଯାହା ଦ୍ୱାରା ଲୋକଙ୍କୁ ବୁଝାଯାଇ ପାରିବ। ତାଙ୍କର ଏ ବାବଦରେ ବହୁତ ଅଭିଜ୍ଞତା ରହିଛି’। ମାନଙ୍କ ଏପରି ମନ୍ତବ୍ୟ କଙ୍ଗନା ରଣାଓତଙ୍କ ଦ୍ୱାରା ଚାଷୀଙ୍କ ବିରୋଧ ପ୍ରଦର୍ଶନ କାଳରେ ‘ରେପ’ ହୋଇଥିବାର ଅଭିଯୋଗର କିଛି ଦିନ ପରେ ଆସିଛି। ଏକ ସାକ୍ଷାତକାରରେ କଙ୍ଗନା ରଣାଓତ କହିଥିଲେ ଯେ ପଞ୍ଜାବରେ ଚାଷୀ ଆନ୍ଦୋଳନ ନାମରେ ଉପଦ୍ରବୀ ହିଂସା କରୁଥିଲେ ଓ ସେଠାରେ ବଳତ୍କାର ଓ ହତ୍ୟା ହେଉଥିଲା। #WATCH | Karnal, Haryana: On BJP MP and act
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂହ ମାନଙ୍କ ‘ଦୁଷ୍କର୍ମ ଅଭିଜ୍ଞତା’ ବୟାନ ପରେ ରାଜନୀତି ଏବେ ଅଧିକ ଉଷ୍ମ ହୋଇଛି। ସିମରନଜିତଙ୍କ ବୟାନ ଉପରେ ବିଜେପି ସାଂସଦ କଙ୍ଗନା ରଣାଓତ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆଜି ମୋତେ ଦୁଷ୍କର୍ମ ଧମକ ମିଳିଛି, ମୋତେ ଏମିତି ଧମକ ଦେଇ କେହି ମୋର ଶ୍ୱରକୁ ଦବାଇ ଦେଇ ପାରିବନାହିଁ। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବର ପୂର୍ବତନ ସାଂସଦ ଓ ଶିରୋମଣି ଅକାଳି ଦଳର ନେତା ସିମରନଜିତ ସିଂହ ମାନ ଗୁରୁବାର କଙ୍ଗନାଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ।
IANS Exclusive
Kangana Ranaut responds to Former Punjab MP Simranjit Singh Mann's statement pic.twitter.com/AzbHz1CVhW— IANS (@ians_india) August 29, 2024
ସିମରନଜିତ ସିଂହ ମାନ କହିଥିଲେ ‘ଆପଣ କଙ୍ଗନା ରଣାଓତଙ୍କୁ ପଚାରି ପାରନ୍ତି ରେପ କିପରି ହୁଏ ଯାହା ଦ୍ୱାରା ଲୋକଙ୍କୁ ବୁଝାଯାଇ ପାରିବ। ତାଙ୍କର ଏ ବାବଦରେ ବହୁତ ଅଭିଜ୍ଞତା ରହିଛି’। ମାନଙ୍କ ଏପରି ମନ୍ତବ୍ୟ କଙ୍ଗନା ରଣାଓତଙ୍କ ଦ୍ୱାରା ଚାଷୀଙ୍କ ବିରୋଧ ପ୍ରଦର୍ଶନ କାଳରେ ‘ରେପ’ ହୋଇଥିବାର ଅଭିଯୋଗର କିଛି ଦିନ ପରେ ଆସିଛି। ଏକ ସାକ୍ଷାତକାରରେ କଙ୍ଗନା ରଣାଓତ କହିଥିଲେ ଯେ ପଞ୍ଜାବରେ ଚାଷୀ ଆନ୍ଦୋଳନ ନାମରେ ଉପଦ୍ରବୀ ହିଂସା କରୁଥିଲେ ଓ ସେଠାରେ ବଳତ୍କାର ଓ ହତ୍ୟା ହେଉଥିଲା।
#WATCH | Karnal, Haryana: On BJP MP and actor Kangana Ranaut's remark on farmers' protest, Shiromani Akali Dal (Amritsar) chief Simranjit Singh Mann says, "I don't want to say this but (Kangana) Ranaut has a lot of experience of rape and you can ask her how rape happens so that… pic.twitter.com/TK0vFyHOq1— ANI (@ANI) August 29, 2024
କଙ୍ଗନାଙ୍କ ଏପରି ବୟାନ ପରେ ବିଜେପି ଏଥିରୁ ନିଜକୁ ଅଲଗା କରି ନେଇଛି ଓ ତାଙ୍କ ବୟାନରେ ପାର୍ଟି ସହମତ ନୁହେଁ ବୋଲି କହିଛି। ଏହା ଛଡା ପାର୍ଟି ପକ୍ଷରୁ କଙ୍ଗନାଙ୍କୁ ଏପରି ବୟାନବାଜୀ ନ କରିବାକୁ ଚେତାବନୀ ମଧ୍ୟ ଦେଇଛି। କୁହାଯାଇଥିଲା ସେ ଯେପରି ଭବିଷ୍ୟତରେ ଏପରି କୌଣସି ବିବାଦୀୟ ବୟାନ ନ ଦିଅନ୍ତି। ଏହା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିଲା ଓ କହିଥିଲା ଯଦି ପାର୍ଟି ବାସ୍ତବରେ କଙ୍ଗନାଙ୍କ ବୟାନରେ ଅସହମତ ତେବେ ତାଙ୍କୁ ପାର୍ଟିରୁ ନିଷ୍କାନ କରିନି କାହିଁକି?