‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ..

ନୂଆଦିଲ୍ଲୀ,୨୩।୨: ପୁଣିଥରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବାପା ହୋଇଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ପୁଅଙ୍କ ନାମ ‘ଅକାୟ’ ରଖିଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହାର ଅର୍ଥ କ’ଣ? କେଉଁ ଭଗବାନଙ୍କ ଉଦ୍ଦେଶ୍ୟରେ ଉଭୟ ଏହି ନାମ ରଖିଛନ୍ତି? ଆସନ୍ତୁ ଜାଣିବା… ଅକାୟ ଏକ ସ୍ବତନ୍ତ୍ର ନାମ। ଏହାର ଏକାଧିକ ଅର୍ଥ ରହିଛି। ଏହା ଏକ ସଂସ୍କୃତ ଶବ୍ଦ। ଅକାୟର […] The post ‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ.. appeared first on Dharitri Odia News.

‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ..

ନୂଆଦିଲ୍ଲୀ,୨୩।୨: ପୁଣିଥରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବାପା ହୋଇଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ପୁଅଙ୍କ ନାମ ‘ଅକାୟ’ ରଖିଥିବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହାର ଅର୍ଥ କ’ଣ? କେଉଁ ଭଗବାନଙ୍କ ଉଦ୍ଦେଶ୍ୟରେ ଉଭୟ ଏହି ନାମ ରଖିଛନ୍ତି? ଆସନ୍ତୁ ଜାଣିବା…

ଅକାୟ ଏକ ସ୍ବତନ୍ତ୍ର ନାମ। ଏହାର ଏକାଧିକ ଅର୍ଥ ରହିଛି। ଏହା ଏକ ସଂସ୍କୃତ ଶବ୍ଦ। ଅକାୟର ଅର୍ଥ ଯାହାର କୌଣସି ଆକାର ନାହିଁ, ଅର୍ଥାତ ଯିଏ ନିରାକାର। ସନାତନ ଧର୍ମ ଅନୁଯାୟୀ ଭଗବାନ ଶଙ୍ଖରଙ୍କୁ ମଧ୍ୟ ନିରାକାର କୁହାଯାଏ। ଏଣୁ ବିରୁଷ୍କା ପୁଅଙ୍କ ନାମ ଭଗବାନ ଶିବଙ୍କ ନାମ ଅନୁସାରେ ରଖିଛନ୍ତି।
ସେହିଭଳି ତୁର୍କିରେ ଅକାୟ ନାମର ଅର୍ଥ ଚମକୁଥିବା ଜହ୍ନ ଅଥବା ପୂର୍ଣ୍ଣିମାର ଚନ୍ଦ୍ରମା। ଉର୍ଦ୍ଦୁରେ ଅକାୟର ଅର୍ଥ ପୂର୍ଣ୍ଣିମାର ଜ୍ୟୋତ୍ସା ଏବଂ ପୂର୍ଣ୍ଣିମା ଅଟେ।

The post ‘ଅକାୟ’ ଅର୍ଥ କ’ଣ? ଜାଣନ୍ତୁ କେଉଁ ଭଗବାନଙ୍କ ନାମ ଅନୁସାରେ କୋହଲି ଦେଇଛନ୍ତି ପୁଅଙ୍କ ନାମ.. appeared first on Dharitri Odia News.