ଅକ୍ଟୋବର ୨୧ ଓ ୨୮ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୮ରୁ ପଞ୍ଜିକରଣ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଅଭିଯୋଗ ଶୁଣାଣି ପାଇଁ ତାରିଖ ଘୋଷଣା କରିବା ସହିତ ପଞ୍ଜିକରଣର ବ୍ୟବସ୍ଥା କରିଛନ୍ତି। ଆସନ୍ତା ଅକ୍ଟୋବର ୨୧ ଓ ଅକ୍ଟୋବର ୨୮ ତାରିଖରେ ଅଭିଯୋଗ ଶୁଣାଣି ହେବ। ଏହି ଦୁଇ ଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅକ୍ଟୋବର ୧୮ରୁ ଆରମ୍ଭ ହେବ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ଅକ୍ଟୋବର ୨୧ ଓ ଅକ୍ଟୋବର ୨୮ ତାରିଖରେ ପୂର୍ବାହ୍ଣ ୧୧ଟାରେ ୟୁନିଟ-୫ ଭୁବନେଶ୍ଵର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ଅକ୍ଟୋବର ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ପଞ୍ଜିକରଣ ଆରମ୍ଭ ହେବ। ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିବସ ନିମନ୍ତେ ସର୍ବାଧିକ ୧୦୦୦ ଜଣ ପଞ୍ଜିକରଣ କରି ପାରିବେ। ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯେଉଁମାନେ ଆଗ୍ରହୀ ଥିବେ ସେମାନେ ଜନଶୁଶାଣି ପୋର୍ଟାଲ ଅବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହାପରେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଅଭିଯୋଗ ଶୁଣାଣି ପାଇଁ ତାରିଖ ଘୋଷଣା କରିବା ସହିତ ପଞ୍ଜିକରଣର ବ୍ୟବସ୍ଥା କରିଛନ୍ତି। ଆସନ୍ତା ଅକ୍ଟୋବର ୨୧ ଓ ଅକ୍ଟୋବର ୨୮ ତାରିଖରେ ଅଭିଯୋଗ ଶୁଣାଣି ହେବ। ଏହି ଦୁଇ ଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅକ୍ଟୋବର ୧୮ରୁ ଆରମ୍ଭ ହେବ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ଅକ୍ଟୋବର ୨୧ ଓ ଅକ୍ଟୋବର ୨୮ ତାରିଖରେ ପୂର୍ବାହ୍ଣ ୧୧ଟାରେ ୟୁନିଟ-୫ ଭୁବନେଶ୍ଵର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ଅକ୍ଟୋବର ୧୮ ତାରିଖ ପୂର୍ବାହ୍ଣ ୧୧ଟାରୁ ପଞ୍ଜିକରଣ ଆରମ୍ଭ ହେବ। ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିବସ ନିମନ୍ତେ ସର୍ବାଧିକ ୧୦୦୦ ଜଣ ପଞ୍ଜିକରଣ କରି ପାରିବେ।
ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯେଉଁମାନେ ଆଗ୍ରହୀ ଥିବେ ସେମାନେ ଜନଶୁଶାଣି ପୋର୍ଟାଲ ଅବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହାପରେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।