ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଦାନା’

ଭୁବନେଶ୍ବର : ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି... The post ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଦାନା’ appeared first on .

ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଦାନା’

ଭୁବନେଶ୍ବର : ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ମଧ୍ୟରେ କୌଣସି ଏକ ସ୍ଥାନରେ ଘୂର୍ଣ୍ଣିଝଡ଼ ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅବପାତର ରୂପ ନେଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ୭୦୦ କିମି ଦୂରରେ ରହିଥିବା ସେ କହିଛନ୍ତି।

ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିଝଡ଼ ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ସହ ପରବର୍ତୀ ସମୟରେ ଉତର ପଶ୍ଚିମ ଦିଗ ମୁହାଁ ହୋଇ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୨୪ ଅପରାହ୍ନରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୧୨୦ କିମି ରହିବ। ତେବେ ଓଡ଼ିଶା ଉପକୂଳ ଦେଇ ଗତି କରିବା ସମୟରେ ଏହାର ବେଗ ହ୍ରାସ ପାଇ ଘଂଟା ପ୍ରତି ୮୫ ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।

ଅକ୍ଟୋବର ୨୪ ରାତିରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୫୫ ରୁ ୭୦ କିମି ହେବାର ସମ୍ଭାବନା ଥିବା ବେଳେ ବ୍ରହ୍ମପୁରରେ ୪୫ ରୁ ୫୫ କିମି ରହିବ। ଏହି ପବନର ପ୍ରଭାବ ବ୍ରହ୍ମପୁରରେ ୨୫ ତାରିଖ ରାତି ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।

ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ବେଳେ ଏହା ପରବର୍ତୀ ଦିନ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଅକ୍ଟୋବର ୨୪ ତାରିଖ ଅପରାହ୍ନରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବ ଅକ୍ଟୋବର ୨୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ରହିବ ବୋଲି ଡକ୍ଟର ସାହୁ କହିଛନ୍ତି।

ଓଡ଼ିଶା ଉପକୂଳ ଦେଇ ଗତି କରିବା ପରେ ଏହା ଦୁର୍ବଳ ହୋଇ ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁହାଁ ହେବା ସହ କୋରାପୁଟ ଜିଲ୍ଲା ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି।

The post ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଦାନା’ appeared first on .