ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ ଆୟୋଜନ କରାଯାଉଛି। ସ୍ବସ୍ତି ଚିଲିକା ରେସର୍ଟ ଏବଂ ଇଭେଣ୍ଟ ଏଲିଗାନ୍ସର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଫ୍ୟାଶନ ଶୋ ‘ଲେକ୍‌ ସାଇଡ୍‌ ଗ୍ଲାମର-୨୦୨୪’ର ଆୟୋଜନ ହେଉଛି। ଏହି ଶୋ’ରେ ୪୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ […] The post ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’ appeared first on Dharitri Odia News.

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ ଆୟୋଜନ କରାଯାଉଛି। ସ୍ବସ୍ତି ଚିଲିକା ରେସର୍ଟ ଏବଂ ଇଭେଣ୍ଟ ଏଲିଗାନ୍ସର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଫ୍ୟାଶନ ଶୋ ‘ଲେକ୍‌ ସାଇଡ୍‌ ଗ୍ଲାମର-୨୦୨୪’ର ଆୟୋଜନ ହେଉଛି। ଏହି ଶୋ’ରେ ୪୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ ଭୁବନେଶ୍ୱରର ସ୍ବିସ୍ତି ପ୍ରିମିୟମଠାରେ କରାଯାଇଥିଲା। ଏହି ଅବସରରେ ସ୍ବସ୍ତି ଗ୍ରୁପ୍‌ର ଭିପି ପ୍ରିୟନାଥ ବେହେରା, ଅଭିଷେକ ନାଥ, ପ୍ରମୋଦ ତିଓ୍ବାରୀଙ୍କ ସମେତ ଇଭେଣ୍ଟ ଏଲିଗାନ୍ସର ପିଏଚ୍‌ ଅଭିଷେକ ଶାସ୍ତ୍ରୀ ଏବଂ ଅମିତ ସାଓ୍ବନ୍ତ ପ୍ରମୁଖ ଯୋଗଦେଇ ଶୋ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

The post ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’ appeared first on Dharitri Odia News.