ଅକ୍ଟୋବରରେ ୫ ଲକ୍ଷରୁ ଅଧିକ କାର୍‌ ବିକ୍ରି : ଦିନକୁ ବିକ୍ରି ହୋଇଛି ୧୬,୫୫୦ କାର୍‌

ମୁମ୍ବଇ : ଗତ ମାସରେ କାର୍‌ ବିକ୍ରି ୫ ଲକ୍ଷ ପାର୍‌ କରିଛି। ତଥ୍ୟ ଅନୁଯାୟୀ ଗତ ୩୧ ତାରିଖ ସୁଦ୍ଧା ଦେଶରେ ୫.୧୩ ଲକ୍ଷ ଗାଡ଼ି ପଞ୍ଜିକରଣ ହୋଇଥିଲା। ଅର୍ଥାତ୍‌ ଦିନକୁ ୧୬, ୫୫୦ କାର୍‌ ବିକ୍ରି ହୋଇଥିଲା। ଏହା ପୂର୍ବରୁ ଜାନୁଆରୀରେ ୩.୯୯ ଲକ୍ଷ କାର୍‌ ବିକ୍ରି ହୋଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରତି ମାସରେ ପ୍ରାୟ ୩.୩୩ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଏହା ଗତ ବର୍ଷ ଠାରୁ ୫ ପ୍ରତିଶତ ଅଧିକ। […]

ଅକ୍ଟୋବରରେ ୫ ଲକ୍ଷରୁ ଅଧିକ କାର୍‌ ବିକ୍ରି : ଦିନକୁ ବିକ୍ରି ହୋଇଛି  ୧୬,୫୫୦ କାର୍‌
More than 5 lakh cars sold in October: 16,550 cars sold per day

ମୁମ୍ବଇ : ଗତ ମାସରେ କାର୍‌ ବିକ୍ରି ୫ ଲକ୍ଷ ପାର୍‌ କରିଛି। ତଥ୍ୟ ଅନୁଯାୟୀ ଗତ ୩୧ ତାରିଖ ସୁଦ୍ଧା ଦେଶରେ ୫.୧୩ ଲକ୍ଷ ଗାଡ଼ି ପଞ୍ଜିକରଣ ହୋଇଥିଲା। ଅର୍ଥାତ୍‌ ଦିନକୁ ୧୬, ୫୫୦ କାର୍‌ ବିକ୍ରି ହୋଇଥିଲା। ଏହା ପୂର୍ବରୁ ଜାନୁଆରୀରେ ୩.୯୯ ଲକ୍ଷ କାର୍‌ ବିକ୍ରି ହୋଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରତି ମାସରେ ପ୍ରାୟ ୩.୩୩ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଏହା ଗତ ବର୍ଷ ଠାରୁ ୫ ପ୍ରତିଶତ ଅଧିକ। ଗତ ବର୍ଷ ମୋଟ ୩୮ ଲକ୍ଷ କାର୍‌ ବିକ୍ରି ହୋଇଥିଲା। ସେହିପରି ଇଲେକ୍‌ଟ୍ରିକ୍‌ କାର୍‌ ବିକ୍ରି ପ୍ରଥମ ଥର ପାଇଁ ୧୦ ହଜାର ଟପିଛି। ଏହା ବାର୍ଷିକ ଆଧାରରେ ୩୮ ପ୍ରତିଶତ ଅଧିକ। ଲୋକେ ଏସ୍‌ୟୁଭି ଏବଂ ପ୍ରିମିୟମ କାର୍‌କୁ ବେଶୀ ପସନ୍ଦ କରୁଛନ୍ତି ବୋଲି ତଥ୍ୟରୁ ଜଣାପଡ଼ିଛି।

ଗତ ମାସରେ ମାରୁତି ସୁଜୁକି ସର୍ବାଧିକ ୨,୦୬, ୪୩୪ କାର୍‌ ବିକ୍ରି କରିଥିଲା। ଏହା ପୂର୍ବ ବର୍ଷ ଅପେକ୍ଷା ୪ ପ୍ରତିଶତ ଅଧିକ ଥିଲା। ଗତ ବର୍ଷ କମ୍ପାନୀର ୧, ୯୯, ୨୧୭ କାର୍‌ ବିକ୍ରି ହୋଇଥିଲା। ଗତ ଅକ୍ଟୋବରରେ କମ୍ପାନୀ ୩୩,୧୬୮ କାର୍‌ ମଧ୍ୟ ରପ୍ତାନୀ କରିଥିଲା। ତେବେ ଏହି ଅବଧିରେ ଛୋଟ କାର୍‌ ବିକ୍ରି ୨୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଏସ୍‌ୟୁଭି ବିକ୍ରି ବୃଦ୍ଧି ପାଇଛି। ସେହିପରି ହୁଣ୍ଡାଇ ମୋଟର ଇଣ୍ଡିଆ ୭୦, ୦୭୮, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୯୬, ୬୪୮, ଟାଟା ମୋଟର୍ସ ୪୮, ୧୩୧, ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ୭,୦୪୫ ଏବଂ ଟୋୟୋଟାର ୩୦, ୮୪୫ କାର୍‌ ବିକ୍ରି ହୋଇଥିଲା।

ଗତ ମାସରେ ଦୁଇ ଚକିଆ ଗାଡ଼ି ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଏହି ଅବଧିରେ କେବଳ ୧.୩୯ ଲକ୍ଷ ଗାଡ଼ି ପଞ୍ଜିକରଣ ହୋଇଛି। ଏହା ଗତ ବର୍ଷ ତୁଳନାରେ ୮୫ ପ୍ରତିଶତ ଅଧିକ। ଗତ ମାର୍ଚ୍ଚରେ ୧, ୪୦, ୩୩୩ ଇଲେକ୍‌ଟ୍ରିକ୍‌ ଗାଡ଼ି ବିକ୍ରି ହୋଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୯, ୫୪, ୧୬୪ ଦୁଇ ଚକିଆ ଇଲେକ୍‌ଟ୍ରିକ୍‌ ଗାଡ଼ି ବିକ୍ରି ହେଲାଣି।