ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ ପ୍ରକାଶିତ ମାସିକ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ଆର୍‌ବିଆଇ ଅକ୍ଟୋବରରେ ୨୭.୫ ବିଲିୟନ ଡଲାର କିଣି ୩୬.୭୮ ବିଲିୟନ ଡଲାର ବିକ୍ରି କରିଛି। ମାତ୍ର ସେପ୍ଟେମ୍ବରରେ ଆର୍‌ବିଆଇ ୯.୬୪ ବିଲିୟନ ଡଲାରର ନିଟ୍‌ କ୍ରୟ କରିଥିଲା। ବିନିମୟ ମୂଲ୍ୟରେ ଅତ୍ୟଧିକ ପରିବର୍ତ୍ତନକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରାବଜାରରେ […] The post ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର appeared first on Dharitri Odia News.

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ ପ୍ରକାଶିତ ମାସିକ ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ଆର୍‌ବିଆଇ ଅକ୍ଟୋବରରେ ୨୭.୫ ବିଲିୟନ ଡଲାର କିଣି ୩୬.୭୮ ବିଲିୟନ ଡଲାର ବିକ୍ରି କରିଛି। ମାତ୍ର ସେପ୍ଟେମ୍ବରରେ ଆର୍‌ବିଆଇ ୯.୬୪ ବିଲିୟନ ଡଲାରର ନିଟ୍‌ କ୍ରୟ କରିଥିଲା। ବିନିମୟ ମୂଲ୍ୟରେ ଅତ୍ୟଧିକ ପରିବର୍ତ୍ତନକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରାବଜାରରେ ହସ୍ତକ୍ଷେପ କରିଥାଏ। ଗତ କିଛି ମାସ ହେବ ଭାରତୀୟ ଟଙ୍କା ସ୍ଥିରତା ବଜାୟ ରଖିବା ପାଇଁ ଆର୍‌ବିଆଇ ବୈଦେଶିକ ମୁଦ୍ରା ବଜାରରେ ହସ୍ତକ୍ଷେପ କରୁଛି। ଅକ୍ଟୋବରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୩% ଦୁର୍ବଳ ହୋଇଛି। ଏହା ୮୩.୭୯ରୁ ୮୪.୦୯୫ ପରିସର ମଧ୍ୟରେ କାରବାର କରୁଥିବାବେଳେ ଅକ୍ଟୋବର ଶେଷରେ ଆର୍‌ବିଆଇର ନିଟ୍‌ ଫରୱାର୍ଡ ବିକ୍ରି ୪୯.୧୮ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ପୂର୍ବ ମାସ ଶେଷରେ ୧୪.୫୮ ବିଲିୟନ ଡଲାର ଥିଲା। ମଙ୍ଗଳବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୫.୨୦୭୫କୁ ଖସି ଆସିଛି। କ୍ରମାଗତ ୬ଷ୍ଠ ଦିନ ପାଇଁ ଏହା ସର୍ବନିମ୍ନ ରହିଛି। ଦିନ ଶେଷ ସୁଦ୍ଧା ଟଙ୍କା ୮୫.୨୦ରେ ବନ୍ଦ ହୋଇଥିଲା।

The post ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର appeared first on Dharitri Odia News.