ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ

ନୂଆଦିଲ୍ଲୀ,୯।୪: ଆଇପିଏଲ ୨୦୨୪ର ଉତ୍ସାହ ଏହାର ଶିଖର ଛୁଇଁଛି। ଅଦ୍ୟାବଧି ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସ ମ୍ୟାନମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ଏବଂ ଚୌକା ଛକାର ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନର ପ୍ରଦର୍ଶନ ସମ୍ପୂର୍ଣ୍ଣ ରୟାଲ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ମୁହଁ ତଳକୁ ହୋଇ ପଡିଛି। ଏଭଳି ପରିସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନରେ କେଉଁ ଚାରିଟି ଦଳ ପ୍ଲେ ଅଫ ପ୍ରବେଶ କରିବେ ତାହା କହିବା ବର୍ତ୍ତମାନ କଷ୍ଟକର। ତେବେ […] The post ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ appeared first on Dharitri Odia News.

ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ

ନୂଆଦିଲ୍ଲୀ,୯।୪: ଆଇପିଏଲ ୨୦୨୪ର ଉତ୍ସାହ ଏହାର ଶିଖର ଛୁଇଁଛି। ଅଦ୍ୟାବଧି ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସ ମ୍ୟାନମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ଏବଂ ଚୌକା ଛକାର ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନର ପ୍ରଦର୍ଶନ ସମ୍ପୂର୍ଣ୍ଣ ରୟାଲ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ମୁହଁ ତଳକୁ ହୋଇ ପଡିଛି। ଏଭଳି ପରିସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନରେ କେଉଁ ଚାରିଟି ଦଳ ପ୍ଲେ ଅଫ ପ୍ରବେଶ କରିବେ ତାହା କହିବା ବର୍ତ୍ତମାନ କଷ୍ଟକର।

ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଆଇପିଏଲ ୨୦୨୪ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଅକ୍ଷୟ ଏହି ଚାରିଟି ଦଳର ନାମ ଦେଇଛନ୍ତି ଯାହା ଚଳିତ ସିଜନରେ ଫାଇନାଲ ଚାରିରେ ପହଞ୍ଚିପାରିବ।
ଷ୍ଟାର୍‌ ସ୍ପୋର୍ଟସ ସହିତ କଥାବାର୍ତ୍ତା କରୁଥିବାବେଳେ ଅକ୍ଷୟ କୁମାର ଏହି ଚାରିଟି ଦଳର ନାମ ଦେଇଛନ୍ତି ଯାହା ଏହି ସିଜନରେ ପ୍ଲେ ଅଫ ପ୍ରବେଶ କରିପାରିବ। ଅକ୍ଷୟ ପଞ୍ଜାବ କିଙ୍ଗସ ଏବଂ ଆରସିବିର ନାମ ନେଇଥିଲେ। ଏହା ସହିତ ବଲିଉଡ ଷ୍ଟାର ଅଭିନେତା ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୁପରେ ବାଜି ଲଗାଇଥିଲେ। ତେବେ ଅକ୍ଷୟଙ୍କ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗତ ସିଜିନର ଫିନିଶର ଗୁଜୁରାଟ ଟାଇଟାନ୍ସ ଏଥର ଶେଷ ଚାରିଟିରେ ପ୍ରବେଶ କରିପାରିବ ନାହିଁ।

The post ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ appeared first on Dharitri Odia News.