ଅଖା ବସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌

ଝାରସୁଗୁଡା ୨୫/ ୧୦: ଅଖା ବସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମିଳିନି ପରିଚୟ । ପୋଲିସର ଛାନ୍‌ଭିନ୍‌। ଝାରସୁଗୁଡା MCL ଲଖନପୁର ଖଣି କ୍ଷେତ୍ରର ବିଓସିଏମ୍ ସାଇଡିଂ ନମ୍ବର-୩କୁ ଆସିଥିବା ରେଳ ୱାଗନରୁ ମହିଳାଙ୍କ ମୃତଦେହ ଥିବା ଅଖା ମିଳିଛି । ଛତିଶଗଡ ଅଗରତାଲାରୁ କୋଇଲା ନେବା ପାଇଁ ଏହି ରେଳ ୱାଗନଟି ଆସିଥିଲା । ତେବେ ମହିଳା ଜଣକ କିଏ ପରିଚୟ ମିଳିପାରିନି । ତାଙ୍କୁ କେହି ହତ୍ୟା କରି ପ୍ରମାଣ ଲୁଚାଇବାକୁ ଏମିତି କରିଥିବା ସ୍ପଷ୍ଟ ଜଣାପଡୁଛି । ଘଟଣାସ୍ଥଳରେ ଝାରସୁଗୁଡା ପୋଲିସ ଓ ରେଲୱେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିବା ପରେ ସବୁକିଛି ଜଣାପଡିବ । 