ଅଖିଳେଶଙ୍କୁ ଝଟକା, ଏହି ମହିଳା ନେତା ଭାଜପାରେ ହୋଇପାରନ୍ତି ସାମିଲ
ଲକ୍ଷ୍ନୌ,୭।୩: ଲୋକ ସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ରାଜନୈତିକ ଅସ୍ଥିରତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବା ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ସମାଜବାଦୀ ପାର୍ଟିର ବିଧାୟକ ପୂଜା ପାଲ, ଯିଏକି ୟୁପିରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟ କରିଥିଲେ। ସେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭେଟିଛନ୍ତି। ଆଶା କରାଯାଉଛି ପୂଜା ପାଲ ଶୀଘ୍ର ଆନୁଷ୍ଠାନିକ ଭାବେ […] The post ଅଖିଳେଶଙ୍କୁ ଝଟକା, ଏହି ମହିଳା ନେତା ଭାଜପାରେ ହୋଇପାରନ୍ତି ସାମିଲ appeared first on Dharitri Odia News.
ଲକ୍ଷ୍ନୌ,୭।୩: ଲୋକ ସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ରାଜନୈତିକ ଅସ୍ଥିରତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବା ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ସମାଜବାଦୀ ପାର୍ଟିର ବିଧାୟକ ପୂଜା ପାଲ, ଯିଏକି ୟୁପିରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟ କରିଥିଲେ। ସେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭେଟିଛନ୍ତି। ଆଶା କରାଯାଉଛି ପୂଜା ପାଲ ଶୀଘ୍ର ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପୂଜା କୌଶମ୍ବୀ ଜିଲାର ଚାୟଲ ସିଟରୁ ବିଧାୟକ ଅଟନ୍ତି।
The post ଅଖିଳେଶଙ୍କୁ ଝଟକା, ଏହି ମହିଳା ନେତା ଭାଜପାରେ ହୋଇପାରନ୍ତି ସାମିଲ appeared first on Dharitri Odia News.