ଅଖିଳେଶଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୨୦।୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆନୁଷ୍ଠାନିକ ଭାବେ ଦଳରୁ ସହିତ ରାସ୍ତା ଅଲଗା କରିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଏହା ସହିତ ସେ ଏମ୍‌ଏଲସି ସଦସ୍ୟତା ମଧ୍ୟ ଛାଡିଛନ୍ତି। ଇସ୍ତଫା ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କ ଶବ୍ଦ ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବ୍ୟକ୍ତିଗତ ଭେଦଭାବ ନୁହେଁ, ଆମ ମଧ୍ୟରେ ମତଭେଦ ରହିଛି। ଆଜି ପୃଥକ ହେବାର […] The post ଅଖିଳେଶଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.

ଅଖିଳେଶଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୨୦।୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆନୁଷ୍ଠାନିକ ଭାବେ ଦଳରୁ ସହିତ ରାସ୍ତା ଅଲଗା କରିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଏହା ସହିତ ସେ ଏମ୍‌ଏଲସି ସଦସ୍ୟତା ମଧ୍ୟ ଛାଡିଛନ୍ତି।
ଇସ୍ତଫା ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କ ଶବ୍ଦ ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବ୍ୟକ୍ତିଗତ ଭେଦଭାବ ନୁହେଁ, ଆମ ମଧ୍ୟରେ ମତଭେଦ ରହିଛି। ଆଜି ପୃଥକ ହେବାର କାରଣ ହେଉଛି ଆଦର୍ଶଗତ ପାର୍ଥକ୍ୟ। ମୁଁ ଆଦର୍ଶରୁ କେବେ ବି ବିମୁଖ ହୋଇ ନାହିଁ। ନେତାଜୀ ମୁଲାୟମ ସିଂ ଯାଦବ ଜଣେ ଖାଣ୍ଟି ସମାଜବାଦୀ ନେତା ଥିଲେ। ଏହି ବିବୃତ୍ତି ଜାରି କରିବାବେଳେ ତାଙ୍କ ନୂତନ ଦଳ କିପରି ଆଗକୁ ବଢିବ ସେ ସ୍ପଷ୍ଟ କରିଛନ୍ତି।
ସ୍ବାମୀ ପ୍ରସାଦ ମୌଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ ଫେବୃଆରୀ ୨୨ରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ରାଲିରେ ସମ୍ବୋଧିତ କରିବେ। ନୂତନ ଦଳର ନାମ ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟି ହେବ। ଏହାର ପତାକା ନୀଳ, ନାଲି ଏବଂ ସବୁଜ ରଙ୍ଗ ରହିବ।
ଏହାପୂର୍ବରୁ ସ୍ବାମୀ ପ୍ରସାଦ ଏସପିରେ ଉପେକ୍ଷା ହେଉଥିବା ଅଭିଯୋଗ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

The post ଅଖିଳେଶଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.