ଅଖିଳେଶଙ୍କୁ ମିଳିଲା ରାଜା ଭୈୟାଙ୍କ ସହଯୋଗ
ଲକ୍ଷ୍ନୌ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ରାଜନୀତି ଅଧିକ ରୋମାଞ୍ଚକର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବଳ ପ୍ରଭାବ ପକାଇଥିବା ପ୍ରତାପଗଡ ଜିଲାର କୁଣ୍ଡାର ବିଧାୟକ ତଥା ଜନସତା ଦଳ (ଗଣତାନ୍ତ୍ରିକ) ରଘୁରାଜ ପ୍ରତାପ ସିଂ ଛଓରଫ ରାଜା ଭୈୟା ତାଙ୍କର ଶେଷ ପଦକ୍ଷେପ ନେଇ ମିର୍ଜାପୁର ଲୋକ ସଭା ଆସନରୁ ସମାଜବାଦୀ ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ବିଶ୍ୱାସ କରାଯାଏ ଯେ, ରାଜା ଭୈୟାଙ୍କ ଏହି […] The post ଅଖିଳେଶଙ୍କୁ ମିଳିଲା ରାଜା ଭୈୟାଙ୍କ ସହଯୋଗ appeared first on Dharitri Odia News.
ଲକ୍ଷ୍ନୌ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ରାଜନୀତି ଅଧିକ ରୋମାଞ୍ଚକର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବଳ ପ୍ରଭାବ ପକାଇଥିବା ପ୍ରତାପଗଡ ଜିଲାର କୁଣ୍ଡାର ବିଧାୟକ ତଥା ଜନସତା ଦଳ (ଗଣତାନ୍ତ୍ରିକ) ରଘୁରାଜ ପ୍ରତାପ ସିଂ ଛଓରଫ ରାଜା ଭୈୟା ତାଙ୍କର ଶେଷ ପଦକ୍ଷେପ ନେଇ ମିର୍ଜାପୁର ଲୋକ ସଭା ଆସନରୁ ସମାଜବାଦୀ ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ବିଶ୍ୱାସ କରାଯାଏ ଯେ, ରାଜା ଭୈୟାଙ୍କ ଏହି ଘୋଷଣା କେବଳ ମିର୍ଜାପୁର ଆସନରେ ଭାରତୀୟ ଜନତା ପାର୍ଟିର କ୍ଷତି କରିବ ନାହିଁ ବରଂ ପୁର୍ବାଞ୍ଚଳର ଅନେକ ଆସନରେ କ୍ଷତି ସହିବାକୁ ପଡିପାରେ। ଯେଉଁ ଆସନରେ ଭାଜପା କ୍ଷତି ସହିପାରେ, ସେଥିରେ ପ୍ରତାପଗଡ, ଜୈନପୁର, ମିର୍ଜାପୁର ଏବଂ ଆହ୍ଲାବାଦ ଆସନ ରହିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଏନଡିଏ ନେତା ରାଜା ଭୈୟାଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଥିଲା, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିଆ ପଟେଲ ଏବଂ ରାମଦାସ ଅଠାଓ୍ବେଲେ ମଧ୍ୟ ସାମିଲ ହୋଇଥିଲେ। ଅନୁପ୍ରିୟା ପଟେଲ କୁଶମ୍ବୀ ଏବଂ ପ୍ରତାପଗଡ଼ରେ ପ୍ରଚାର କରୁଥିବାବେଳେ ରାଜ ଭୈୟାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ କିଛି ଲୋକ କୁଣ୍ଡାକୁ ସେମାନଙ୍କର ସମ୍ପତ୍ତି ବୋଲି ଭାବନ୍ତି ଏବଂ ସେମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଗତ ବୁଧବାର ରାମଦାସ ଅଠାଓ୍ବେଲେ ଅନୁପ୍ରିୟା ପଟେଲଙ୍କ ବିବୃତ୍ତିକୁ ଠିକ କରି ରାଜା ଭୈୟାଙ୍କୁ ଟାର୍ଗେଟ କରିଥିଲେ। ଏଭଳି ପରିସ୍ଥିତିରେ ରାଜ ଭୈୟାଙ୍କ ବିରୋଧରେ ହୋଇଥିବା ଭାଷଣ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଥିଲା ଏବଂ ବର୍ତ୍ତମାନ ମଧ୍ୟ ସମାନ ଘଟଣା ଘଟିଛି।
The post ଅଖିଳେଶଙ୍କୁ ମିଳିଲା ରାଜା ଭୈୟାଙ୍କ ସହଯୋଗ appeared first on Dharitri Odia News.