ଅଗଷ୍ଟ ପହିଲାରୁ ଆର୍‌ଆଇ, ଅମିନ ନିଯୁକ୍ତି ପରୀକ୍ଷା, ଅନ୍‌ଲାଇନ୍‌ ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର : ବିବାଦୀୟ ହୋଇପଡ଼ିଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ଅଗଷ୍ଟ ପହିଲାରୁ ପରୀକ୍ଷା ଆରମ୍ଭ ହୋଇ ମାସେ ଯାଏଁ ଅର୍ଥାତ୍‌ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହେବ। ଏନେଇ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅପରପକ୍ଷେ ଅନ୍‌ଲାଇନ୍‌ ପରୀକ୍ଷାକୁ ପରୀକ୍ଷାର୍ଥୀମାନେ ବିରୋଧ କରୁଥିବା ବେଳେ ମେନ୍‌ ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ପରେ […]

ଅଗଷ୍ଟ ପହିଲାରୁ ଆର୍‌ଆଇ, ଅମିନ ନିଯୁକ୍ତି ପରୀକ୍ଷା, ଅନ୍‌ଲାଇନ୍‌ ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ
ARI, AMIN recruitment MAIN exam from August 1

ଭୁବନେଶ୍ୱର : ବିବାଦୀୟ ହୋଇପଡ଼ିଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ଅଗଷ୍ଟ ପହିଲାରୁ ପରୀକ୍ଷା ଆରମ୍ଭ ହୋଇ ମାସେ ଯାଏଁ ଅର୍ଥାତ୍‌ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହେବ। ଏନେଇ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅପରପକ୍ଷେ ଅନ୍‌ଲାଇନ୍‌ ପରୀକ୍ଷାକୁ ପରୀକ୍ଷାର୍ଥୀମାନେ ବିରୋଧ କରୁଥିବା ବେଳେ ମେନ୍‌ ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ପରେ ପୁଣିଥରେ ଅସନ୍ତୋଷ ବଢ଼ିଛି।

GusX63LXIAEc3uT

ଅନ୍‌ଲାଇନ୍‌ରେ ହୋଇଥିବା ପ୍ରିଲିମନାରି ପରୀକ୍ଷାରେ ହେରଫେର୍‌ କରି ଚାକିରି ବିକ୍ରି ମସୁଧା କରାଯାଉଥିବା ଅଭିଯୋଗ ହୋଇଥିଲା। ଆଶାୟୀମାନେ ବ୍ୟାପକ ଆନ୍ଦୋଳନ କରିବା ସହ ଅଫ୍‌ଲାଇନ୍‌ ପରୀକ୍ଷା ଦାବି କରିଥିଲେ। କମ୍ପ୍ୟୁଟର୍‌ ସେଣ୍ଟର୍‌ରେ ମାଉସ୍‌ ଆପେେଆପେ ଚାଲିବା, ସବୁଠି ପରୀକ୍ଷା ସରିବା ପରେ କିଛି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହେବା, ପରୀକ୍ଷା କେନ୍ଦ୍ରରୁ ନକଲି ମାଲିକ ଗିରଫ ହେବା, କଳାତାଲିକାଭୁକ୍ତ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା ଆଦି ଘଟଣା ଅନ୍‌ଲାଇନ୍‌ ପରୀକ୍ଷାର ବିଶ୍ୱସନୀୟତା ପ୍ରତି ସନ୍ଦେହ ବଢ଼ାଇଥିଲା। ରାଜ୍ୟସାରା ତୀବ୍ର ଆନ୍ଦୋଳନ ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଛି। ସମ୍ପ୍ରତି ମେନ୍‌ ପରୀକ୍ଷାକୁ ପୁନଃ ଅନ୍‌ଲାଇନ୍‌ରେ କରିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଶାୟୀ ସୁନୀଲ କୁମାର ମିଶ୍ରଙ୍କ କହିବା ଅନୁଯାୟୀ, ବାରମ୍ବାର ବିରୋଧ ସତ୍ତ୍ବେ ଅନ୍‌ଲାଇନ୍‌ ପରୀକ୍ଷା ନିଷ୍ପତ୍ତି ନିରୁତ୍ସାହିତ କରୁଛି। ଗୋଟିଏ ସିଫ୍ଟରେ ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ସେ ଦାବି କରିଛନ୍ତି। ସେହିପରି ଅଗ୍ରୀମ ନେଇଥିବା ପିଲାଙ୍କୁ ଚାକିରି ଦେବା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା କରାଯାଉଥିବା ଷ୍ଟୁଡେଣ୍ଟସ୍‌ ଏଗ୍‌ନେଷ୍ଟ କରପ୍‌ସନ୍‌ର ଆବାହକ ବିଭୂତି ଭୂଷଣ ମହାପାତ୍ର ଅଭିଯୋଗ ଆଣିଛନ୍ତି।