ଅଗଷ୍ଟ ୨୧ ପୂର୍ବରୁ ଗିରଫ ହେବେନି ପୂଜା ଖେଦକର

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ଥି ମିଳିଛି। ପୁଲିସ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପୂଜାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୟୁପିଏସ୍‌ସି ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା ପାଇଁ ନକଲି ଭିନ୍ନକ୍ଷମ ଏବଂ ଓବିସି ସାର୍ଟିଫିକେଟ ଦେବା ଅଭିଯୋଗରେ ତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରାଯାଇଥିଲା। ଏହାପରେ ସେ ଏକ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯିବା […]

ଅଗଷ୍ଟ ୨୧ ପୂର୍ବରୁ ଗିରଫ ହେବେନି ପୂଜା ଖେଦକର

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ଥି ମିଳିଛି। ପୁଲିସ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପୂଜାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୟୁପିଏସ୍‌ସି ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା ପାଇଁ ନକଲି ଭିନ୍ନକ୍ଷମ ଏବଂ ଓବିସି ସାର୍ଟିଫିକେଟ ଦେବା ଅଭିଯୋଗରେ ତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରାଯାଇଥିଲା। ଏହାପରେ ସେ ଏକ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଆଜି ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ ପୂଜାଙ୍କ ଆବେଦନର ଶୁଣାଣି କରି ବର୍ତ୍ତମାନ ସମୟରେ ତୁରନ୍ତ ଗିରଫଦାରୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଖେଡକରଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି। ।