ଅଗଷ୍ଟ ୨୨ରେ ହେବ JPCର ପ୍ରଥମ ବୈଠକ, ୱାକଫ (ସଂଶୋଧନ) ବିଧେୟକ ଉପରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ: ୱାକଅଫ (ସଂଶୋଧନ) ବିଧେୟକ ୨୦୨୪ ସମୀକ୍ଷା କରୁଥିବା ମିଳିତ ସଂସଦୀୟ କମିଟି (ଜେପିସି)ର ପ୍ରଥମ ବୈଠକ ଅଗଷ୍ଟ ୨୨ ତାରିଖରେ ହେବ। ଏହି ବୈଠକରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କରେ ୩୧ ସଦସୀୟ ପ୍ୟାନେଲକୁ ବିସ୍ତୃତ ସୂଚନା ଦେବେ। ବିଜେପି ଲୋକସଭା ସାଂସଦ ଜଗଦମ୍ବିକା ପାଲ ୱାକଫ (ସଂଶୋଧନ) ବିଧେୟକ ଯାଞ୍ଚ ପାଇଁ ଗଠିତ ଜେପିସିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହି ଜେପିସିରେ ମୋଟ ୩୧ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଲୋକସଭାରୁ ୨୧ ଓ ରାଜ୍ୟସଭାରୁ ୧୦ ଜଣ ସାଂସଦ ସଦସ୍ୟ ଅଛନ୍ତି ଓ କମିଟି ଆଗାମୀ ସଂସଦ ଅଧିବେଶନ ପୂର୍ବରୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ୱାକଫ ସଂଶୋଧନ ବିଧେୟକ ୨୦୨୪କୁ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜୀଜୁ ଲୋକସଭାରେ ଉପସ୍ଥାପନ କରିଥିଲେ, ଯେହାକୁ ବିରୋଧୀ ଦଳର ଅନେକ ସଦସ୍ୟ ସଂଘୀୟ ଢାଞ୍ଚା ଉପରେ ବିଧେୟକର ସମ୍ଭାବିତ ପ୍ରଭାବ ଓ ଧାର୍ମିକ ସ୍ୱାୟତତା ଉପରେ ଏହାର କଥିତ ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରିଥିଲେ। The first meeting of the Joint Parliamentary Committee (JPC) on the Waqf (Amendment) Bill 2024 will be held on August 22 at the Parliament House Annexe in Delhi.Representatives from Union Minority Affairs Ministry and Law & Justice Ministry will brief the members about the…— A
ନୂଆଦିଲ୍ଲୀ: ୱାକଅଫ (ସଂଶୋଧନ) ବିଧେୟକ ୨୦୨୪ ସମୀକ୍ଷା କରୁଥିବା ମିଳିତ ସଂସଦୀୟ କମିଟି (ଜେପିସି)ର ପ୍ରଥମ ବୈଠକ ଅଗଷ୍ଟ ୨୨ ତାରିଖରେ ହେବ। ଏହି ବୈଠକରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କରେ ୩୧ ସଦସୀୟ ପ୍ୟାନେଲକୁ ବିସ୍ତୃତ ସୂଚନା ଦେବେ। ବିଜେପି ଲୋକସଭା ସାଂସଦ ଜଗଦମ୍ବିକା ପାଲ ୱାକଫ (ସଂଶୋଧନ) ବିଧେୟକ ଯାଞ୍ଚ ପାଇଁ ଗଠିତ ଜେପିସିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।
ଏହି ଜେପିସିରେ ମୋଟ ୩୧ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଲୋକସଭାରୁ ୨୧ ଓ ରାଜ୍ୟସଭାରୁ ୧୦ ଜଣ ସାଂସଦ ସଦସ୍ୟ ଅଛନ୍ତି ଓ କମିଟି ଆଗାମୀ ସଂସଦ ଅଧିବେଶନ ପୂର୍ବରୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ। ୱାକଫ ସଂଶୋଧନ ବିଧେୟକ ୨୦୨୪କୁ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜୀଜୁ ଲୋକସଭାରେ ଉପସ୍ଥାପନ କରିଥିଲେ, ଯେହାକୁ ବିରୋଧୀ ଦଳର ଅନେକ ସଦସ୍ୟ ସଂଘୀୟ ଢାଞ୍ଚା ଉପରେ ବିଧେୟକର ସମ୍ଭାବିତ ପ୍ରଭାବ ଓ ଧାର୍ମିକ ସ୍ୱାୟତତା ଉପରେ ଏହାର କଥିତ ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରିଥିଲେ।
The first meeting of the Joint Parliamentary Committee (JPC) on the Waqf (Amendment) Bill 2024 will be held on August 22 at the Parliament House Annexe in Delhi.
Representatives from Union Minority Affairs Ministry and Law & Justice Ministry will brief the members about the…— ANI (@ANI) August 17, 2024
ଏହା ପରେ ବିଧେୟକକୁ ମିଳିତ ସଂସଦୀୟ କମିଟିକୁ ପଠାଯାଇଥିଲା। ୱାକଅଫ ସଂଶୋଧନ ବିଧେୟକ ୨୦୨୪ ଆଇନରେ ୪୦ ସଂଶୋଧନ କରାଯାଇଛି। ଯାହାକୁ ଅଧିକାଂଶ ବିପକ୍ଷ ଦଳ ବିରୋଧ କରିଥିଲେ। ବିପକ୍ଷର ବିରୋଧକୁ ଦେଖି ୱାକଅଫ ସଂଶୋଧନ ବିଧେୟକକୁ ମିଳିତ ସଂସଦୀୟ କମିଟିକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।