ଅଗ୍ନିକାଣ୍ଡରୁ ବର୍ତ୍ତିବା ପାଇଁ ୭ ମହଲାରୁ ଡେଇଁ ୨ ପିଲାଙ୍କ ସହ ବାପାଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଆଜି ସକାଳେ ଦ୍ୱାରକା ସେକ୍ଟର-୧୩ ସ୍ଥିତ ବହୁମହଲା କୋଠା ‘ସବଦ ଆପାର୍ଟମେଣ୍ଟ’ର ଏକ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିଲା । କୋଠାର ଉପର ମହଲାରେ ଥିବା ଏକ ଫ୍ଲାଟରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡରୁ ବର୍ତ୍ତିବାପାଇଁ ବାପା ୨ ପିଲାଙ୍କ ସହ ୭ ମହଲା କୋଠାରୁ ଡେଇଁ ପଡ଼ିଥିଲେ, ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା,ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ହେଉଛନ୍ତି […]

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଆଜି ସକାଳେ ଦ୍ୱାରକା ସେକ୍ଟର-୧୩ ସ୍ଥିତ ବହୁମହଲା କୋଠା ‘ସବଦ ଆପାର୍ଟମେଣ୍ଟ’ର ଏକ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିଲା । କୋଠାର ଉପର ମହଲାରେ ଥିବା ଏକ ଫ୍ଲାଟରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡରୁ ବର୍ତ୍ତିବାପାଇଁ ବାପା ୨ ପିଲାଙ୍କ ସହ ୭ ମହଲା କୋଠାରୁ ଡେଇଁ ପଡ଼ିଥିଲେ, ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା,ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ହେଉଛନ୍ତି ୟଶ୍ ଯାଦବ । ସେ ଜଣେ ବ୍ୟବସାୟୀ । ୟଶ୍ ଓ ତାଙ୍କର ସାନ ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଓ ବଡ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆପାର୍ଟମେଣ୍ଟର ଅନ୍ୟ ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ର ୮ ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।