ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଡାପଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଗୋଟିଏ ପରିବାରର ୩ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଶୁକଦେବ ଓଝା ପରିବାର ଲୋକଙ୍କ ସହ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡ ରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ […]

ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଡାପଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଗୋଟିଏ ପରିବାରର ୩ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଶୁକଦେବ ଓଝା ପରିବାର ଲୋକଙ୍କ ସହ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡ ରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।