ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ
ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଭୋଜି ଓ ଫାଷ୍ଟଫୁଡ଼ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ଶର୍ଟ ଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ସାମନ୍ତରାୟ ଏକାଡେମୀ ସମ୍ମୁଖରେ ଥିବା ଏକ ଘରେ ପି. ସତୀଶ ପାତ୍ର […] The post ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ appeared first on Dharitri Odia News.
ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଭୋଜି ଓ ଫାଷ୍ଟଫୁଡ଼ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ଶର୍ଟ ଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।
ସାମନ୍ତରାୟ ଏକାଡେମୀ ସମ୍ମୁଖରେ ଥିବା ଏକ ଘରେ ପି. ସତୀଶ ପାତ୍ର ଓ ତାଙ୍କ ଭାଇ ପି. ନାଗେଶ୍ୱର ପାତ୍ରଙ୍କ ଗୋଦାମରେ ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ, ଜରି ଓ ଖଲିପତ୍ର ପ୍ଲେଟ, ଗିନା, ଦନା, ଚାମଚ, ଟିସୁ ପେପର, ଟେବୁଲ ରୋଲ, ଗ୍ଲାସ ଆଦି ବିକ୍ରି ପାଇଁ ମହଜୁଦ ଥିଲା।
ସୋମବାର ସକାଳେ ସତିଶ ଗୋଦାମକୁ ଯାଇ ୯ଟାରେ ଫେରିଥିଲେ। ଏହାର ପ୍ରାୟ ଘଣ୍ଟାକ ପରେ ଗୋଦାମରୁ ଧୂଆଁ ବାହାରୁଥିବା ସାମନ୍ତରାୟ ଏକାଡେମୀର କର୍ମଚାରୀ ଦେଖି ସତୀଶଙ୍କୁ ଖବର ଦେଇଥିଲେ। ସତୀଶ ସେଠାରେ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ବହୁ ସାମଗ୍ରୀ ପୋଡ଼ି ସାରିଥିଲା । ସତୀଶ କହିଛନ୍ତି, ତାଙ୍କ ଗୋଦାମରୁ ଓଡ଼ିଶାର ବିଭିନ୍ନ ଜିଲାକୁ ଭୋଜି ସାମଗ୍ରୀ ଯୋଗାଣ ହେଉଥିଲା। ପ୍ରାୟ ସମସ୍ତ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି।
The post ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ appeared first on Dharitri Odia News.