ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ…
ନୂଆଦିଲ୍ଲୀ,୧।୭:ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକ ସଭାରେ ସୋମବାର ହଟ୍ଟଗୋଳ ଜାରି ରହିଛି। ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ ଶହୀଦଙ୍କ ଘରକୁ ଯାଇଥିଲି। ମୁଁ ତାଙ୍କୁ ଶହୀଦ ବୋଲି କହୁଛି, କିନ୍ତୁ ଏହି ସରକାର ତାଙ୍କୁ ଅଗ୍ନିବୀର ବୋଲି କହୁଛନ୍ତି। ଯଦି ଶହୀଦ ହୁଅନ୍ତି ତେବେ ଅଗ୍ନିବୀରଙ୍କ ପରିବାର ପେନସନ ପାଇବେ ନାହିଁ। ଏହାକୁ ବ୍ୟବହାର କରି ଫିଙ୍ଗି ଦିଆଯିବ। ଅଗ୍ନିବୀର ୬ ବର୍ଷ ପାଇଁ ତାଲିମ ପାଆନ୍ତି। ଅନ୍ୟପକ୍ଷରେ […] The post ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧।୭:ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକ ସଭାରେ ସୋମବାର ହଟ୍ଟଗୋଳ ଜାରି ରହିଛି। ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ ଶହୀଦଙ୍କ ଘରକୁ ଯାଇଥିଲି। ମୁଁ ତାଙ୍କୁ ଶହୀଦ ବୋଲି କହୁଛି, କିନ୍ତୁ ଏହି ସରକାର ତାଙ୍କୁ ଅଗ୍ନିବୀର ବୋଲି କହୁଛନ୍ତି। ଯଦି ଶହୀଦ ହୁଅନ୍ତି ତେବେ ଅଗ୍ନିବୀରଙ୍କ ପରିବାର ପେନସନ ପାଇବେ ନାହିଁ। ଏହାକୁ ବ୍ୟବହାର କରି ଫିଙ୍ଗି ଦିଆଯିବ। ଅଗ୍ନିବୀର ୬ ବର୍ଷ ପାଇଁ ତାଲିମ ପାଆନ୍ତି। ଅନ୍ୟପକ୍ଷରେ ଚାଇନାର ସୈନିକମାନେ ପାଞ୍ଚ ବର୍ଷ ପାଇଁ ତାଲିମ ପାଆନ୍ତି।
ରାହୁଲ ଗାନ୍ଧୀ ଅଗ୍ନି ଯୋଜନା ବିଷୟରେ କହୁଥିବାବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଠିଆ ହୋଇ କହିଥିଲେ,ଜଣେ ସୈନିକ ଶହୀଦ ହେଲେ,ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଆଯାଏ। ରାହୁଲ ଗାନ୍ଧୀ ଭୁଲ ବିବୃତ୍ତି କରିବା ଉଚିତ ନୁହେଁ। ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ଅଗ୍ନିବୀରଙ୍କ ପରିବାର ବାସ୍ତବତା ଜାଣିଛନ୍ତି। ଏହି ସମୟରେ ଅମିତ ଶାହା ଠିଆ ହୋଇ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀ ସରକାରଙ୍କ କହିବା ପରେ ମଧ୍ୟ ତାଙ୍କ ବିବୃତ୍ତି ନ ବଦଳାନ୍ତି, ତେବେ ସେ ଦେଶ ପାଇଁ କ୍ଷମା ମାଗିବା ଉଚିତ।
The post ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ… appeared first on Dharitri Odia News.