ଅଗ୍ନିଶମ ବାହିନୀର ସାହସିକ କୌଶଳ ପ୍ରଦର୍ଶନ
ଅଗ୍ନିକାଣ୍ଡ ଦୁର୍ଘଟଣାରୁ ଧନଜୀବନକୁ କିପରି ଉଦ୍ଧାର କରାଯାଇପାରିବ। ନିଆଁକୁ କିପରି ଆୟତ୍ତ କରାଯିବ ତାର କଳା କୌଶଳ ପ୍ରଦର୍ଶିତ ହୋଇଥିଲା।
ଅଗ୍ନିଶମ ବାହିନୀର ସାହସିକ କୌଶଳ ପ୍ରଦର୍ଶନ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡ଼େମୀରେ ୮୦ତମ ଅଗ୍ନିଶମ ସପ୍ତାହ ଓ ସହିଦ ଦିବସ ପାଳିତ ହୋଇଛି।
ଏହି ଅବସରରେ ଏକାଡ଼େମୀ ପରିସରରେ ପରେଡ଼େ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇ ଅଭିବାଦନ ଦେଇଥିଲେ।
ପରେ ପରେ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ଧନଜୀବନକୁ କିପରି ଉଦ୍ଧାର କରାଯାଇପାରିବ। ନିଆଁକୁ କିପରି ଆୟତ୍ତ କରାଯିବ ତାର କଳା କୌଶଳ ପ୍ରଦର୍ଶିତ ହୋଇଥିଲା। ଆଗାମୀ ଦିନରେ ଓଡ଼ିଶା ଅଗ୍ନିଶମ ବିଭାଗ ଅନେକ ନୂଆ ନୂଆ କୌଶଳ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଆପଣାଇବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।