ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ…

ନୂଆଦିଲ୍ଲୀ,୧୫।୨ : ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଆମେରିକା ସମେତ ଅନେକ ଦେଶକୁ ପଛରେ ପକାଇ ଭାରତ ଆଗୁଆ ରହିଛି। ଏଥି ସହିତ, ଏହା ବିଶ୍ୱର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୃତ ଦାତାମାନଙ୍କଠାରୁ ସ୍ଥାନାନ୍ତରିତ ଅଙ୍ଗ ସଂଖ୍ୟା ଏକ ହଜାର ସଂଖ୍ୟା ଅତିକ୍ରମ କରିଛି । ତେବେ ଅଙ୍ଗ ପ୍ରତିରୋପଣର ଏହି ସଂଖ୍ୟାରେ ସରକାର ସନ୍ତୁଷ୍ଟ ନୁହନ୍ତି। ନ୍ୟାଶନାଲ ଅର୍ଗାନ […] The post ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ… appeared first on Dharitri Odia News.

ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ…

ନୂଆଦିଲ୍ଲୀ,୧୫।୨ : ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଆମେରିକା ସମେତ ଅନେକ ଦେଶକୁ ପଛରେ ପକାଇ ଭାରତ ଆଗୁଆ ରହିଛି। ଏଥି ସହିତ, ଏହା ବିଶ୍ୱର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୃତ ଦାତାମାନଙ୍କଠାରୁ ସ୍ଥାନାନ୍ତରିତ ଅଙ୍ଗ ସଂଖ୍ୟା ଏକ ହଜାର ସଂଖ୍ୟା ଅତିକ୍ରମ କରିଛି । ତେବେ ଅଙ୍ଗ ପ୍ରତିରୋପଣର ଏହି ସଂଖ୍ୟାରେ ସରକାର ସନ୍ତୁଷ୍ଟ ନୁହନ୍ତି।
ନ୍ୟାଶନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ନୋଟୋ) ର ନିର୍ଦ୍ଦେଶକ ଡକ୍ଟର ଅନିଲ କୁମାର କହିଛନ୍ତି ୨୦୨୩ ମସିହାରେ ଭାରତୀୟ ଡାକ୍ତରଖାନାଗୁଡ଼ିକ ଗୋଟିଏ ବର୍ଷରେ ୧୬,୯୪୧ ଅଙ୍ଗ ପ୍ରତିରୋପଣ କରିଛନ୍ତି। ସେଥିମଧ୍ୟରେ ୧୨,୩୪୩ କିଡନୀ, ୪,୧୬୦ ଯକୃତ, ୨୧୫ ହୃଦୟ, ୧୮୯ ଫୁସଫୁସ, ୨୦ ଟି ଅଗ୍ନାଶୟ ଏବଂ ୧୪ ଟି କ୍ଷୁଦ୍ର ଅନ୍ତନଳୀ ପ୍ରତିରୋପଣ ଅନ୍ତର୍ଭୁକ୍ତ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ଟ୍ରାନ୍ସପ୍ଲାଣ୍ଟ ବିଷୟରେ କହିବାକୁ ଗଲେ, ୧୬,୯୪୧ ପ୍ରତିରୋପଣ ମଧ୍ୟରୁ କେବଳ ୧,୦୬୨ ମୃତ୍ୟୁ ପରେ ପ୍ରାପ୍ତ ଅଙ୍ଗରୁ କରାଯାଇଥିଲା। ଡକ୍ଟର କୁମାର କହିଛନ୍ତି, ମୃତ୍ୟୁ ପରେ ଦାତାମାନଙ୍କଠାରୁ ଅଙ୍ଗ ସଂଗ୍ରହ କରିବାରେ ଭାରତ ବହୁ ପଛରେ ଅଛି। ଏଥିପାଇଁ ଲୋକମାନେ ନିଜ ଶରୀର ଦାନ କରିବାକୁ ଆଗକୁ ଆସିବା ଉଚିତ।

ଡ. କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି। ଏହାର ଫଳ ସ୍ବରୂପ, ଭାରତ ଆମେରିକା, ଇଟାଲୀ, ଫ୍ରାନ୍ସ ପରି ଦେଶଗୁଡ଼ିକୁ ଅଙ୍ଗ ଦାନରେ ପଛରେ ପକାଇ ଦେଇଥିଲା। ତେବେ ଏହି ଚାହିଦାକୁ ନେଇ ସରକାର ଖୁସି ନୁହନ୍ତି କାରଣ ଦେଶରେ ଚାହିଦା ଏବଂ ଯୋଗାଣ ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଦାଖଲ ହୋଇଥିବା ରିପୋର୍ଟରେ ନୋଟୋ ଦର୍ଶାଇଛନ୍ତି ଚାହିଦା ଏବଂ ଯୋଗାଣ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହିଛି। ଭାରତ ପ୍ରତିବର୍ଷ ଦୁଇ ଲକ୍ଷ କିଡନୀ ପ୍ରତିରୋପଣ ଆବଶ୍ୟକ କରେ, କିନ୍ତୁ ୨୦୨୩ ମସିହାରେ ୧୨,୩୪୩ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା, ସେଥିମଧ୍ୟରୁ ୧,୬୧୩ କିଡନୀ ମୃତ ଦାତାମାନଙ୍କଠାରୁ ଆସିଥିଲା। ଅର୍ଥାତ ପ୍ରତି ୧୦୦ ରୋଗୀଙ୍କ ମଧ୍ୟରୁ ପ୍ରାୟ ୬ ଜଣ କିଡନୀ ପାଇଥିଲେ। ଡକ୍ଟର କୁମାର କହିଛନ୍ତି ଦେଶରେ ହୃଦଘାତ ହେତୁ ପ୍ରତିବର୍ଷ ୮୦ ହଜାର ରୋଗୀଙ୍କୁ ଟ୍ରାନ୍ସପ୍ଲାଣ୍ଟ ତାଲିକାରେ ଯୋଡାଯାଉଛି, ମାତ୍ର ୨୦୨୩ ମସିହାରେ କେବଳ ୨୧୫ ହୃଦ ପ୍ରତିରୋପଣ କରାଯାଇଥିଲା। ଏହାର ଅର୍ଥ ୫୦୦ ରୁ କେବଳ ଜଣେ ରୋଗୀ ହୃଦୟ ପ୍ରାପ୍ତ କରୁଛନ୍ତି। ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୃତ୍ୟୁ ପରେ ଅଙ୍ଗ ଦାନ କାରଣ ଏହା ହୃଦୟ, ଫୁସଫୁସ, ଅଗ୍ନାଶୟ ଏବଂ କ୍ଷୁଦ୍ର ଅନ୍ତନଳୀ ସହିତ ବିଭିନ୍ନ ପ୍ରକାରର ଅଙ୍ଗ ଗ୍ରହଣ କରି ଏକ ସମୟରେ ଅତି କମରେ ଆଠଟି ଜୀବନ ରକ୍ଷା କରିପାରିବ ।

The post ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ… appeared first on Dharitri Odia News.