ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ ନ ଥିବାରୁ କେନ୍ଦ୍ର ଆମ ଗାଁ ଆମ ବିକାଶର ଯୁବକ ସଂଘ ଘରେ ଅସ୍ଥାୟୀ ଭାବେ ଚାଲୁ କରିବାକୁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ୧୧ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ହେଲେ ଅନିୟମିତତା କରି […] The post ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ appeared first on Dharitri Odia News.

ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଖଜୁରୀପଡ଼ା ୨୮ା୧୧(ବିଦୁର ବେହେରା): ବାରମ୍ବାର ଦାବି ପରେ ଆଡାଶିପଡା ପଞ୍ଚାୟତ ପାଣ୍ଡରାବାଡ଼ି ଗ୍ରାମରେ ୨୦୨୧ରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ହୋଇଥିଲା। ଗୃହ ନିର୍ମାଣ ହୋଇ ନ ଥିବାରୁ କେନ୍ଦ୍ର ଆମ ଗାଁ ଆମ ବିକାଶର ଯୁବକ ସଂଘ ଘରେ ଅସ୍ଥାୟୀ ଭାବେ ଚାଲୁ କରିବାକୁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ୧୧ଜଣ ପ୍ରାର୍ଥୀ ଆବେଦନ କରିଥିଲେ।

ହେଲେ ଅନିୟମିତତା କରି ଅଙ୍ଗନୱାଡି କର୍ମୀ ନିଯୁକ୍ତି ଦେବାରୁ ନୂତନ କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଜିଲାପାଳ, ଅତିରିକ୍ତ ଜିଲାପାଳ ସିଡିପିଓଙ୍କ ନିକଟରେ ଅଭିଯୋଗ କରି ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ନବନିଯୁକ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିରୋଧ କରି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ପ୍ରକାଶିତ ବିଜ୍ଞାପନକୁ ସଂଶେଧନ କରିବାକୁ ଦାବି କରିଛନ୍ତି।

ପାଣ୍ଡରା ବାଡ଼ି ଗ୍ରାମରେ ୭୭ ଅନୁସୂଚିତ ଜାତି ପରିବାର ବସବାସ କରନ୍ତି । ପ୍ରକାଶିତ ବିଜ୍ଞାପନ ଅନୁସାରେ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇ ନିଯୁକ୍ତି ଦିଆଯାଇଛି। ଗ୍ରାମରେ ଅନୁସୂଚିତ ଜନଜାତି ପ୍ରାର୍ଥୀ ନ ଥିବାରୁ ଅନୁସୂଚିତ ଜନଜାତି ବର୍ଗର ପ୍ରଧାନପଡା ଗାଁର ଶୁଭସ୍ମିତାଙ୍କୁ ନିଯୁକ୍ତି ମିଳିଛି। ତେବେ ପ୍ରକାଶିତ ବିଜ୍ଞାପନକୁ ସଂଶୋଧନ କରି ଏହାକୁ ଅନୁସୂଚିତ ଜାତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ନିଯୁକ୍ତି ପ୍ରତିବାଦରେ ଗ୍ରାମର ଲତା ଦିଗାଲ, ସନ୍ତୋଷିନୀ ସାହାଣୀ, ସିତୟା ସାହାଣୀ, ଅବନୀ ସାହାଣୀ, ସରସତୀ ଦିଗାଲ, ପ୍ରଭାସିନୀ ସାହାଣୀ, ଶ୍ରଦ୍ଧାଞ୍ଜଳି ନାୟକ,ପ୍ରତିମା ସାହାଣୀ,ନଳିନୀ ସାହାଣୀ ଯୁବ ଗୋଷ୍ଠୀ ଓ ଓ୍ବାର୍ଡସଭ୍ୟ ପ୍ରଶାନ୍ତ ସାହାଣୀ ଏହି ଅଙ୍ଗନୱାଡି କେନ୍ଦ୍ରରେ ନିଯୁକ୍ତି ପାଇଥିବା କର୍ମୀଙ୍କୁ ବିରୋଧ କରି ତାଲା ପକାଇ ଦେଇଛନ୍ତି।

ଅନ୍ୟପକ୍ଷେ ବିଜ୍ଞାପନରେ ଉଲ୍ଲେଖ ଥିଲା ଯେ, ପ୍ରାର୍ଥୀ କେନ୍ଦ୍ର ଅଧୀନରେ ଥିବା ୱାର୍ଡର ବାସିନ୍ଦା ହୋଇଥିବା ଆବଶ୍ୟକ । ହେଲେ ପାଣ୍ଡରା ବାଡ଼ି ଗ୍ରାମରେ କିପରି ପ୍ରଧାନପଡା ଗ୍ରାମର ମହିଳା ନିଯୁକ୍ତି ପାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସିଡିପିଓ କ୍ରୀଷ୍ଣା କୁମାରୀ ବେହେରାଙ୍କ ପଚାରିବାରୁ ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ସରକାରୀ ନିୟମ ଅନୁଯାୟୀ ନିଯୁକ୍ତି ପ୍ରକିୟା ହୋଇଛି। ଏଥିରେ କିଛି ଅନିୟମିତତା ହୋଇନାହିଁ।

The post ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ appeared first on Dharitri Odia News.