ଅଙ୍ଗନୱାଡି ସହାୟିକା ନିଯୁକ୍ତିକୁ ନେଇ ବିବାଦ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଭଦ୍ରକ: ଭଦ୍ରକ ଜିଲ୍ଲା ଜଗଦଲପୁର ପଞ୍ଚାୟତ ସରସତିଆ ଗାଁରେ ଅଙ୍ଗନୱାଡି ସହାୟିକା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗାଁର ସୁଭଦ୍ରା ଦାସ ଏହି ପଦ ପାଇଁ ଆବେଦନ କରିଥିଲେ । କିନ୍ତୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ଚୟନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ସୁଭଦ୍ରାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗ ଅନୁସାରେ ୨୦୨୩ ନଭେମ୍ୱର ୧୧ରେ ସିଡିପିଓଙ୍କ କାର୍ଯ୍ୟାଳୟରୁ ଅଙ୍ଗନୱାଡି ସହାୟିତା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦ ପାଇଁ ତାଙ୍କ ସ୍ତ୍ରୀ ସୁଭଦ୍ରା ଆବେଦନ କରିଥିଲେ । କିନ୍ତୁ ଡକ୍ୟୁମେଣ୍ଟ ଭେରିଫିକେସନ ସରିବାର କିଛି ଘଣ୍ଟା ପରେ ଆଉଟ୍ ଅଫ୍ ସର୍ଭିସ୍ କରି ତାଙ୍କ ଆପଲିକେସନକୁ ଆଉଟ୍ ଅଫ୍ ସର୍ଭିସ୍ କରି କାଟି ଦିଆଯାଇଥିଲା । ଏନେଇ ସବକଲେକ୍ଟର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଦୁଇ ଥର ଶୁଣାଣି ପରେ ନିର୍ବାଚନ ଯୋଗୁଁ ତାହାକୁ ସ୍ଥିଗତ ରଖାଯାଇଥିଲା । କିନ୍ତୁ ଏହାପରେ କୌଣସି ସୂଚନା ନଦେଲେ ମାମଲା କ୍ଲୋଜ୍ କରି ନୂଆ ବିଜ୍ଞପ୍ତି ବାହାର କରିଥିଲେ । ଯେଉଁଥିରେ ତାଙ୍କ ଘର ନମ୍ୱରକୁ କାଟି ଦିଆଯାଇଥିବା ସୁଭଦ୍ରଙ୍କ ସ୍ୱାମୀ ନିତ୍ୟାନନ୍ଦ ବଳ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସୁଭଦ୍ରା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଖୁବଶୀଘ୍ର ତଦନ୍ତ କରି ନ୍ୟାୟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଭଦ୍ରକ: ଭଦ୍ରକ ଜିଲ୍ଲା ଜଗଦଲପୁର ପଞ୍ଚାୟତ ସରସତିଆ ଗାଁରେ ଅଙ୍ଗନୱାଡି ସହାୟିକା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗାଁର ସୁଭଦ୍ରା ଦାସ ଏହି ପଦ ପାଇଁ ଆବେଦନ କରିଥିଲେ । କିନ୍ତୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ଚୟନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି ।
ସୁଭଦ୍ରାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗ ଅନୁସାରେ ୨୦୨୩ ନଭେମ୍ୱର ୧୧ରେ ସିଡିପିଓଙ୍କ କାର୍ଯ୍ୟାଳୟରୁ ଅଙ୍ଗନୱାଡି ସହାୟିତା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦ ପାଇଁ ତାଙ୍କ ସ୍ତ୍ରୀ ସୁଭଦ୍ରା ଆବେଦନ କରିଥିଲେ । କିନ୍ତୁ ଡକ୍ୟୁମେଣ୍ଟ ଭେରିଫିକେସନ ସରିବାର କିଛି ଘଣ୍ଟା ପରେ ଆଉଟ୍ ଅଫ୍ ସର୍ଭିସ୍ କରି ତାଙ୍କ ଆପଲିକେସନକୁ ଆଉଟ୍ ଅଫ୍ ସର୍ଭିସ୍ କରି କାଟି ଦିଆଯାଇଥିଲା । ଏନେଇ ସବକଲେକ୍ଟର କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଦୁଇ ଥର ଶୁଣାଣି ପରେ ନିର୍ବାଚନ ଯୋଗୁଁ ତାହାକୁ ସ୍ଥିଗତ ରଖାଯାଇଥିଲା । କିନ୍ତୁ ଏହାପରେ କୌଣସି ସୂଚନା ନଦେଲେ ମାମଲା କ୍ଲୋଜ୍ କରି ନୂଆ ବିଜ୍ଞପ୍ତି ବାହାର କରିଥିଲେ । ଯେଉଁଥିରେ ତାଙ୍କ ଘର ନମ୍ୱରକୁ କାଟି ଦିଆଯାଇଥିବା ସୁଭଦ୍ରଙ୍କ ସ୍ୱାମୀ ନିତ୍ୟାନନ୍ଦ ବଳ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସୁଭଦ୍ରା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଖୁବଶୀଘ୍ର ତଦନ୍ତ କରି ନ୍ୟାୟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
