ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଅଙ୍ଗୁର ବୋଝେଇ ଟ୍ରକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ସାରା ବିଛାଡ଼ି ହୋଇ ପଡିଛି ଅଙ୍ଗୁର। ଏଭଳିସ୍ଥତିରେ ରାସ୍ତାରେ ଯାଉଥିବା ଲୋକେ ଦୁର୍ଘଟଣାସ୍ଥଳରେ ଅଟକି ଯିଏ ଯେତେ ପାରିଲେ ରାସ୍ତାରେ ପଡିଥିବା ଅଙ୍ଗୁର ଗୋଟାଇ ବୋହି ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି […] The post ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ appeared first on Dharitri Odia News.

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଅଙ୍ଗୁର ବୋଝେଇ ଟ୍ରକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ସାରା ବିଛାଡ଼ି ହୋଇ ପଡିଛି ଅଙ୍ଗୁର।

ଏଭଳିସ୍ଥତିରେ ରାସ୍ତାରେ ଯାଉଥିବା ଲୋକେ ଦୁର୍ଘଟଣାସ୍ଥଳରେ ଅଟକି ଯିଏ ଯେତେ ପାରିଲେ ରାସ୍ତାରେ ପଡିଥିବା ଅଙ୍ଗୁର ଗୋଟାଇ ବୋହି ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଦ୍ୱୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

The post ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ appeared first on Dharitri Odia News.