ଅଚଳ ହୋଇନି, ତଥାପି ନେବାକୁ କୁନ୍ଥୁକୁନ୍ଥୁ ଦେକାନୀ ଓ ଗ୍ରାହକ; RBI କହିଲା, ବଜାରରରେ ଚଳୁଛି ସବୁ କଏନ

କନକ ବ୍ୟୁରୋ : ଆପଣ ଦେକାନାକୁ ଯାଉଛନ୍ତି । ଆଉ ଦୋକାନୀ ଖୁଚୁରା ଦେଲେ ଆପଣ ନେବାକୁ ମନାକରୁଛନ୍ତି କି ? କିମ୍ବା ଦୋକାନୀ ବି ନେଉନାହାନ୍ତି କି ? କଏନ ଅଚଳ ହୋଇଯାଇଛି ବୋଲି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ ତରଫରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । କଏନ ଏବେ ସଚଳ ଅଛି ଓ ଏହି ଟଙ୍କା ବ୍ୟାଙ୍କ ମଧ୍ୟ ରଖୁଛି । ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ବଜାରରେ ଚଳୁ ନାହିଁ । ଏଭଳି ଗୁଜବ ଏବେ ଚାରିଆଡେ ବ୍ୟାପିବାରେ ଲାଗିଛି । ଭୁବନେଶ୍ୱରକୁ ବାଦ ଦେଲେ ରାଜ୍ୟର ଅନ୍ୟ ଆଡ଼େ ଏହି ଟଙ୍କିକିଆ ଓ ୨ ଟଙ୍କିଆ କଏନକୁ ଦୋକାନୀ ନେଉନାହାନ୍ତି କି ଗ୍ରାହକ ବି ଗ୍ରହଣ କରୁନାହାନ୍ତି । ଫଳରେ ସାରା ରାଜ୍ୟରେ ଏହାକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ଦେଖାଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ କିଛି ବି ନିର୍ଦ୍ଦେଶନାମା ଜାରି କରିନାହିଁ । ତା ସତ୍ତ୍ୱେ କେତେକ ସ୍ଥାନରେ ଏହାକୁ ଗ୍ରାହକ ନେଉନଥିବା ବେଳେ ଆଉ କେତେକ ସ୍ଥାନରେ ଦୋକାନୀ ନେଉନାହାନ୍ତି । ରାଜ୍ୟର ଗାଁ ଗଣ୍ଡା ଓ ସହରରେ ଟଙ୍କିକିଆ ଛୋଟ କଏନ ଏବଂ ୨ ଟଙ୍କିଆ କଏନ ଚଳୁନଥିବା ଗୁଜବ ଅନେକ ଦିନ ହେଲା ଚାଲିଲାଣି । କଏନ ନଚଳିବା ଗୁଜବ କିଛି ନୂଆ ନୁହେଁ, କିନ୍ତୁ ଗତ ଏକସପ୍ତାହ ଧରି ଏହାକୁ ନେଇ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ, ଆଜି ସାମ୍ନାକୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ କହିଛନ୍ତି, ଟଙ୍କିକିଆ ଛୋଟ କଏନ ଓ

ଅଚଳ ହୋଇନି, ତଥାପି ନେବାକୁ କୁନ୍ଥୁକୁନ୍ଥୁ ଦେକାନୀ ଓ ଗ୍ରାହକ; RBI କହିଲା, ବଜାରରରେ ଚଳୁଛି ସବୁ କଏନ

କନକ ବ୍ୟୁରୋ : ଆପଣ ଦେକାନାକୁ ଯାଉଛନ୍ତି । ଆଉ ଦୋକାନୀ ଖୁଚୁରା ଦେଲେ ଆପଣ ନେବାକୁ ମନାକରୁଛନ୍ତି କି ? କିମ୍ବା ଦୋକାନୀ ବି ନେଉନାହାନ୍ତି କି ? କଏନ ଅଚଳ ହୋଇଯାଇଛି ବୋଲି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ ତରଫରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । କଏନ ଏବେ ସଚଳ ଅଛି ଓ ଏହି ଟଙ୍କା ବ୍ୟାଙ୍କ ମଧ୍ୟ ରଖୁଛି ।

ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ବଜାରରେ ଚଳୁ ନାହିଁ । ଏଭଳି ଗୁଜବ ଏବେ ଚାରିଆଡେ ବ୍ୟାପିବାରେ ଲାଗିଛି । ଭୁବନେଶ୍ୱରକୁ ବାଦ ଦେଲେ ରାଜ୍ୟର ଅନ୍ୟ ଆଡ଼େ ଏହି ଟଙ୍କିକିଆ ଓ ୨ ଟଙ୍କିଆ କଏନକୁ ଦୋକାନୀ ନେଉନାହାନ୍ତି କି ଗ୍ରାହକ ବି ଗ୍ରହଣ କରୁନାହାନ୍ତି । ଫଳରେ ସାରା ରାଜ୍ୟରେ ଏହାକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ଦେଖାଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ କିଛି ବି ନିର୍ଦ୍ଦେଶନାମା ଜାରି କରିନାହିଁ । ତା ସତ୍ତ୍ୱେ କେତେକ ସ୍ଥାନରେ ଏହାକୁ ଗ୍ରାହକ ନେଉନଥିବା ବେଳେ ଆଉ କେତେକ ସ୍ଥାନରେ ଦୋକାନୀ ନେଉନାହାନ୍ତି ।

ରାଜ୍ୟର ଗାଁ ଗଣ୍ଡା ଓ ସହରରେ ଟଙ୍କିକିଆ ଛୋଟ କଏନ ଏବଂ ୨ ଟଙ୍କିଆ କଏନ ଚଳୁନଥିବା ଗୁଜବ ଅନେକ ଦିନ ହେଲା ଚାଲିଲାଣି । କଏନ ନଚଳିବା ଗୁଜବ କିଛି ନୂଆ ନୁହେଁ, କିନ୍ତୁ ଗତ ଏକସପ୍ତାହ ଧରି ଏହାକୁ ନେଇ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ, ଆଜି ସାମ୍ନାକୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ କହିଛନ୍ତି, ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ବଜାରରେ ଚଳୁଛି । ଏନେଇ କିଛି ପ୍ରତିବନ୍ଧକ ଲଗାଯାଇନାହିଁ । ଲୋକଙ୍କୁ ଏ ବାବଦରେ ଅଧିକ ସଚେତନ କରାଯିବ । ଗାଁ ଗାଁ ଓ ବ୍ଲକ ସ୍ତରରେ ଏ ନେଇ ସଚେତନ କରାଇବ ବ୍ୟାଙ୍କ ।

କଏନ ଚଳିବା, ନଚଳିବା ନେଇ ରିଜର୍ଭ ବ୍ୟାଙ୍କ କୌଣସି ନିର୍ଦ୍ଦେଶନାମା ଜାରି କରିନି । ତେଣୁ ପ୍ରଶ୍ନ ଉଠୁଚି, କଏନ ନେବାକୁ କାହିଁକି ମନାକରୁଛନ୍ତି ଗ୍ରାହକ ଓ ଦୋକାନୀ ? ବ୍ୟାପକ ସଚେତନତା ହିଁ ଏହି ଦ୍ୱନ୍ଦ୍ୱ ଦୂର କରିପାରିବ ବୋଲି ମତପ୍ରକାଶ ପାଇଛି ।