ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ
ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣି ପୋଖରୀ ନିକଟରେ ମଙ୍ଗଳବାର ଅପରାହ୍ନରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପୋଇପାଣି ଗ୍ରାମର ବାଣେଶ୍ୱର ବେହେରା(୩୦) ଓ ଲମ୍ବୋଦର ବେହେରା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବା ବାଣେଶ୍ୱରଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଉଥିବା ସମୟରେ ଆନନ୍ଦପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲମ୍ବୋଦର […]

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣି ପୋଖରୀ ନିକଟରେ ମଙ୍ଗଳବାର ଅପରାହ୍ନରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପୋଇପାଣି ଗ୍ରାମର ବାଣେଶ୍ୱର ବେହେରା(୩୦) ଓ ଲମ୍ବୋଦର ବେହେରା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବା ବାଣେଶ୍ୱରଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଉଥିବା ସମୟରେ ଆନନ୍ଦପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲମ୍ବୋଦର ଏବେ କେନ୍ଦୁଝରରେ ଚିକିତ୍ସାଧୀନ ଅଛନ୍ତି। ଢେଙ୍କିକୋଟ ପୁଲିସ ଘଟଣାର ତଦନ୍ତ କରୁଛି।