ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାଲିଗୁଡା ୧୪।୧୨: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା l ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ କୋଟଗଡ଼ରୁ ତୁମୁଡିବନ୍ଧ ରାସ୍ତା କାଲିସା ପଦର ଛକ ନିକଟରେ ରାସ୍ତା ଅବରୋଧ l ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କାଲିସା ପଦର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ମୃତକ ହେଲେ କାଲିସା ପଦର ଗାଁର ସନ୍ତୋଷ ବଳିୟାରସିଂ l ତେବେ ତୁମୁଡିବନ୍ଧ ପୋଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଥିସହ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହ ସରକାରଙ୍କ ନିୟମ ଅନୁଯାଇ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରତିଶୃତି ପରେ ରାସ୍ତା ଅବରୋଧରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକେ lYou Can Read:ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାଲିଗୁଡା ୧୪।୧୨: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା l ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ କୋଟଗଡ଼ରୁ ତୁମୁଡିବନ୍ଧ ରାସ୍ତା କାଲିସା ପଦର ଛକ ନିକଟରେ ରାସ୍ତା ଅବରୋଧ l ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କାଲିସା ପଦର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ମୃତକ ହେଲେ କାଲିସା ପଦର ଗାଁର ସନ୍ତୋଷ ବଳିୟାରସିଂ l ତେବେ ତୁମୁଡିବନ୍ଧ ପୋଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଥିସହ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହ ସରକାରଙ୍କ ନିୟମ ଅନୁଯାଇ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରତିଶୃତି ପରେ ରାସ୍ତା ଅବରୋଧରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକେ l

You Can Read:

ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ