ଅଜବ ପରମ୍ପରା, ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ
ରାୟଗଡ଼ା: ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ । ୨ ବର୍ଷରେ ଥରେ ଏହି ପର୍ବ ପାଳନ କରନ୍ତି ଆଦିବାସୀ... The post ଅଜବ ପରମ୍ପରା, ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ appeared first on .
ରାୟଗଡ଼ା: ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ । ୨ ବର୍ଷରେ ଥରେ ଏହି ପର୍ବ ପାଳନ କରନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ। ବିଶ୍ୱାସ ରହିଛି ଏହି ପର୍ବ ପାଳନ ଦ୍ୱାରା ଭଲ ଫସଲ ଅମଳ, ମାନସିକ ଶାନ୍ତି,ଗାଁର ବିକାଶ ହୋଇଥାଏ। ଏଭଳି ବିଶ୍ୱାସକୁ ନେଇ ୨ ଖଣ୍ଡ ଆଦିବାସୀ ଗାଁକୁ ନେଇ ଆରମ୍ଭ ହୋଇଛି କଡ଼୍ରୃ ପର୍ବ । ଏହି ପର୍ବର ପରମ୍ପରା ନିଆରା। ଆଦିବାସୀ ଗାଁ ମୁଣ୍ଡରେ ରହିଥିବା ଦେବତା ପିଠ ଝାଙ୍କିରି ଗୁଡିକୁ ମିଳିମିଶି ସାଜ ସଜ୍ଜା କରନ୍ତି ଗାଁଲୋକେ। ଚିଳିତ ବର୍ଷ କନ୍ଧ ଖିଲିମ ଠାରେ ଝାଙ୍କିରିଗୁଡିର ଉନ୍ନତି କରଣ ହୋଇଥିବାରୁ ଦେବତା ସ୍ଥାପନ ପରମ୍ପରା ଅନୁଯାୟୀ ସଂଗମସ୍ଥଳରୁ ଅଣାଯାଇଥିଲା ପଥର । ବେଜୁଣିଙ୍କ ଦ୍ୱାରା ଆଦିବାସୀ ପରମ୍ପରା ଅନୁଯାୟୀ ନୀତିକାନ୍ତିରେ ହଳଦୀ ପାଣିରେ ପଥରକୁ ଗାଧୋଇ ପୂଜା ବିଧି କରି ଖଟିଆ ଭାରରେ ବାଦ୍ୟ ବାଜଣାରେ ପଥର ଦେବତାଙ୍କୁ ସ୍ଥାପନ କରାଯାଇଥିଲା। ପୌଷ ଓ ମାଘ ମାସର ଭଲ ତିଥି ଓ ସମୟକୁ ନେଇ ଆରମ୍ଭ ହୁଏ ପର୍ବ।
The post ଅଜବ ପରମ୍ପରା, ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ appeared first on .