ଅଜମେର ସର୍ଭେ ବୈଚାରିକ ଆକ୍ରମଣ

ନୂଆଦିଲ୍ଲୀ/ଅଜମେର,୨ା୧୨: ଅଜମେର ଶରିଫ୍‌ ଦରଘାର ସର୍ଭେ ପାଇଁ ସ୍ଥାନୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୂର୍ବତନ ଅମଲା ଏବଂ କୂଟନୀତିଜ୍ଞମାନଙ୍କର ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଦରଘାର ସର୍ଭେ କରାଯିବା ବେଆଇନ ଏବଂ ହାନିକାରକ କାର୍ଯ୍ୟ। ଭାରତୀୟ ସଭ୍ୟତାର ଐତିହ୍ୟ ଉପରେ ଏହା ବୈଚାରିକ ଆକ୍ରମଣ ଏବଂ ସମାବେଶୀ ରାଷ୍ଟ୍ର ଚିନ୍ତାଧାରାକୁ ବିକୃତ କରୁଥିବା ଦର୍ଶାଇ ତୁରନ୍ତ ସର୍ଭେ ବନ୍ଦ କରାଇବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଦ୍ୱାଦଶ ଶତାବ୍ଦୀର […] The post ଅଜମେର ସର୍ଭେ ବୈଚାରିକ ଆକ୍ରମଣ appeared first on Dharitri Odia News.

ଅଜମେର ସର୍ଭେ ବୈଚାରିକ ଆକ୍ରମଣ

ନୂଆଦିଲ୍ଲୀ/ଅଜମେର,୨ା୧୨: ଅଜମେର ଶରିଫ୍‌ ଦରଘାର ସର୍ଭେ ପାଇଁ ସ୍ଥାନୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୂର୍ବତନ ଅମଲା ଏବଂ କୂଟନୀତିଜ୍ଞମାନଙ୍କର ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଦରଘାର ସର୍ଭେ କରାଯିବା ବେଆଇନ ଏବଂ ହାନିକାରକ କାର୍ଯ୍ୟ। ଭାରତୀୟ ସଭ୍ୟତାର ଐତିହ୍ୟ ଉପରେ ଏହା ବୈଚାରିକ ଆକ୍ରମଣ ଏବଂ ସମାବେଶୀ ରାଷ୍ଟ୍ର ଚିନ୍ତାଧାରାକୁ ବିକୃତ କରୁଥିବା ଦର୍ଶାଇ ତୁରନ୍ତ ସର୍ଭେ ବନ୍ଦ କରାଇବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ଦ୍ୱାଦଶ ଶତାବ୍ଦୀର ସନ୍ଥ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ବାର୍ଷିକ ଉର୍ସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚାଦର ପଠାଇଥାନ୍ତି। ତେଣୁ ସେ ଏକାକୀ ଏହି ବେଆଇନ ଏବଂ ହାନିକାରକ କାର୍ଯ୍ୟକୁ ବନ୍ଦ କରିପାରିବେ ବୋଲି ଅବସରପ୍ରାପ୍ତ ଅମଲାମାନେ ଚିଠିରେ ଲେଖିଛନ୍ତି। ଶୁକ୍ରବାର ପତ୍ର ଲେଖିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କୂଟନୀତିଜ୍ଞଙ୍କ ମଧ୍ୟରେ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ, ବ୍ରିଟେନ୍‌ରେ ଭାରତର ପୂର୍ବତନ ଉଚ୍ଚାୟୁକ୍ତ ଶିବ ମୁଖାର୍ଜୀ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌.ଓ୍ବାଇ. କୁରେଶୀ, ପୂର୍ବତନ ସେନା ଉପମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଜମିରୁଦ୍ଦିନ୍‌ ଶାହ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଡେପୁଟି ଗଭର୍ନର ରବି ଭିରା ଗୁପ୍ତା ରହିଛନ୍ତି। ସେମାନେ କହିଛନ୍ତି, ମସ୍‌ଜିଦ ଓ ଦରଘା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଏକ ଅଜଣା ବାହ୍ୟ ଗୋଷ୍ଠୀ କହିଆସୁଛନ୍ତି। ଏହା ପ୍ରମାଣିତ କରିବା ପାଇଁ ନିଜକୁ ହିନ୍ଦୁ ସ୍ବାର୍ଥର ପ୍ରତିନିଧି ବୋଲାଉଥିବା ଏହି ଗୋଷ୍ଠୀ ମସ୍‌ଜିଦ ଓ ଦରଘାଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ସର୍ଭେ ଦାବି କରୁଛନ୍ତି। ଉପାସନାସ୍ଥଳ ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଅଦାଲତଗୁଡ଼ିକ ଅବାଞ୍ଛିତ ତତ୍ପରତାର ସହ ଏଭଳି ଦାବିକୁ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଉଥିବାରୁ ପୂର୍ବତନ ଅମଲା ଏବଂ କୂଟନୀତିଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

The post ଅଜମେର ସର୍ଭେ ବୈଚାରିକ ଆକ୍ରମଣ appeared first on Dharitri Odia News.