ଅଜିତଙ୍କୁ ସୁପ୍ରିମ ତାଗିଦ: ଶରଦ ପାଓ୍ୱାରଙ୍କ ନାଁ କିମ୍ବା ଫଟୋ କରିପାରିବେନି ବ୍ୟବହାର
ଅଜିତ ପାଓ୍ୱାରଙ୍କ ଦଳ ଭୋଟରଙ୍କ ସାମ୍ନାରେ ଶରଦ ପାଓ୍ୱାରଙ୍କ ନାଁ ଓ ଫଟୋକୁ ବ୍ୟବହାର କରୁଥିବା ନେଇ ଶରଦ ପାଓ୍ୱାରଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ।
ଏନ୍ସିପି ନେତା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ ସୁପ୍ରିମ ଝଟ୍କା। ଦାଦାଙ୍କ ନାଁ କିମ୍ବା ତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ଅଜିତ ପାଓ୍ୱାରଙ୍କ ନେତୃତ୍ୱାଧୀନ ଦଳ ଏନ୍ସିପି(ରାଷ୍ଟ୍ରବାଦୀ କଂଗ୍ରେସ ଦଳ)। ଏନ୍ସିପିର ନିର୍ବାଚନୀ ଚିହ୍ନକୁ ନେଇ ଲାଗି ରହିଥିବା ବିବାଦ ଉପରେ ଶୁଣାଣି କରି ଏଭଳି କିଛି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ।
ଅଜିତ ପାଓ୍ୱାରଙ୍କ ଦଳ ଭୋଟରଙ୍କ ସାମ୍ନାରେ ଶରଦ ପାଓ୍ୱାରଙ୍କ ନାଁ ଓ ଫଟୋକୁ ବ୍ୟବହାର କରୁଥିବା ନେଇ ଶରଦ ପାଓ୍ୱାରଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାର ବେଳେ ଶରଦ ପାଓ୍ୱାରଙ୍କ ଫଟୋ, ନାଁ କିମ୍ବ ତାଙ୍କ ନିର୍ବାଚନ ଚିହ୍ନ ବ୍ୟବହାର ନ କରିବାକୁ କୋର୍ଟ ଅଜିତ ପାଓ୍ୱାରଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଦୁଇ ଦିନ ଭିତରେ ଏକ ଅଣ୍ଡରଟେକିଂ ଦାଖଲ କରିବାକୁ ଅଜିତଙ୍କ ଦଳକୁ କୁହାଯାଇଛି।
ଶରଦ ପାୱାରଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଅଜିତ ପାୱାରଙ୍କ ଏନସିପି ଘଣ୍ଟା ପ୍ରତୀକ ଏବଂ ଶରଦ ପାୱାରଙ୍କ ମୁହଁ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛି।
Why are you using Sharad Pawar's photo for campaigning? #SupremeCourt asks Ajit Pawar group.
"Give an unconditional undertaking that you will not use directly or indirectly his (Sharad Pawar's) name," SC tells #AjitPawar section to file undertaking by Monday.
#NCP pic.twitter.com/n0dODJ1Myg— Live Law (@LiveLawIndia) March 14, 2024
କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ବେଞ୍ଚ ଅଜିତ ପାୱାରଙ୍କୁ ଦ୍ୱିତୀୟ ନିର୍ବାଚନ ଚିହ୍ନ ବାଛିବା ପାଇଁ ବିଚାର କୁହାଯାଇଛି। ମାର୍ଚ୍ଚ ୧୬ ସୁଦ୍ଧା ଅଜିତ ପାଓ୍ୱାରଙ୍କ ଦଳକୁ ଜବାବ ଦାଖଲ କରିବାକୁ କୁହାଯାଇଛି। ଏହାସହ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଚୂଡାନ୍ତ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ।