ଅଞ୍ଜଳି ବିର୍ଲାଙ୍କ ବିରୋଧରେ ହୋଇଥିବା ପୋଷ୍ଟ ତୁରନ୍ତ ହଟାଯାଉ, ଗୁଗଲ ଓ ଏକ୍ସକୁ ହାଇକୋର୍ଟଙ୍କ ବଡ଼ ଆଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁଗଲ ଓ ଏକ୍ସକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ବିରୁଦ୍ଧରେ କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅଭିଯୋଗ ହୋଇଥିଲା ଯେ, ଅଞ୍ଜଳି ବିର୍ଲା ନିଜ ବାପାଙ୍କ ପଦର ଦୁରୁପଯୋଗ କରି ବେଆଇନ ଭାବେ ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଭାରତୀୟ ରେଲଓ୍ଵେ କାର୍ମିକ ସେବା(IRPS) ଅଧିକାରୀ ତଥା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ହୋଇଥିବା ପୋଷ୍ଟ ହଟାଇବା ପାଇଁ ଦାବି କରିଥିଲେ। ସେ ଯାଚିକା ଦାୟର କରି ତତ୍କାଳ ଶୁଣାଣି କରିବା ପାଇଁ ଦାବି କରିଥିଲେ। ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ପୀଠ ମାମଲା ସୂଚୀବଦ୍ଧ କରିବା ସହ ଆଜି ଏହା ଉପରେ ଶୁଣାଣି କରିଛନ୍ତି। ଆଉ ଦିଲ୍ଲୀ ହାଇକୋର୍ଟ ଉକ୍ତ ସୋସିଆଲ ମିଡିଆ ପୋଷ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇବା ପାଇଁ ଏକ୍ସ ଓ ଗୁଗଲକୁ ଆଦେଶ ଦେଇଛନ୍ତି।ବରିଷ୍ଠ ଆଡଭୋକେଟ୍ ରାଜୀବ ନାୟର ଅଞ୍ଜଳି ବିର୍ଲାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢିଛନ୍ତି। ଆଡଭୋକେଟ୍ ଆଦିତ୍ୟ ଭାରତ ମାନୁବରଓ୍ଵାଲା ଏବଂ ଆଡଭୋକେଟ୍ ସାନ୍ୟମ କ୍ଷେତ୍ରପାଲ ଅଞ୍ଜଳିଙ୍କ ପକ୍ଷରୁ ଆବେଦନ କରିଥିଲେ। ସେମାନେ କହିଛନ୍ତି, ଏହି ମାମଲା ବିର୍ଲାଙ୍କ ଚରିତ୍ରକ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁଗଲ ଓ ଏକ୍ସକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ବିରୁଦ୍ଧରେ କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅଭିଯୋଗ ହୋଇଥିଲା ଯେ, ଅଞ୍ଜଳି ବିର୍ଲା ନିଜ ବାପାଙ୍କ ପଦର ଦୁରୁପଯୋଗ କରି ବେଆଇନ ଭାବେ ପ୍ରଥମ ଉଦ୍ୟମରେ ହିଁ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଭାରତୀୟ ରେଲଓ୍ଵେ କାର୍ମିକ ସେବା(IRPS) ଅଧିକାରୀ ତଥା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେ ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ହୋଇଥିବା ପୋଷ୍ଟ ହଟାଇବା ପାଇଁ ଦାବି କରିଥିଲେ। ସେ ଯାଚିକା ଦାୟର କରି ତତ୍କାଳ ଶୁଣାଣି କରିବା ପାଇଁ ଦାବି କରିଥିଲେ। ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ପୀଠ ମାମଲା ସୂଚୀବଦ୍ଧ କରିବା ସହ ଆଜି ଏହା ଉପରେ ଶୁଣାଣି କରିଛନ୍ତି। ଆଉ ଦିଲ୍ଲୀ ହାଇକୋର୍ଟ ଉକ୍ତ ସୋସିଆଲ ମିଡିଆ ପୋଷ୍ଟକୁ ନିଜ ପ୍ଲାଟଫର୍ମରୁ ହଟାଇବା ପାଇଁ ଏକ୍ସ ଓ ଗୁଗଲକୁ ଆଦେଶ ଦେଇଛନ୍ତି।
ବରିଷ୍ଠ ଆଡଭୋକେଟ୍ ରାଜୀବ ନାୟର ଅଞ୍ଜଳି ବିର୍ଲାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢିଛନ୍ତି। ଆଡଭୋକେଟ୍ ଆଦିତ୍ୟ ଭାରତ ମାନୁବରଓ୍ଵାଲା ଏବଂ ଆଡଭୋକେଟ୍ ସାନ୍ୟମ କ୍ଷେତ୍ରପାଲ ଅଞ୍ଜଳିଙ୍କ ପକ୍ଷରୁ ଆବେଦନ କରିଥିଲେ। ସେମାନେ କହିଛନ୍ତି, ଏହି ମାମଲା ବିର୍ଲାଙ୍କ ଚରିତ୍ରକୁ କ୍ଷୁର୍ଣ୍ଣ କରୁଛି ଏବଂ ଏହା ତାଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି। ମହକିଲଙ୍କ ବିରୁଦ୍ଧରେ ଅରୁଚିକର ଟିପ୍ପଣୀ କରାଯାଉଛି, ଯାହା ତାଙ୍କର ଭାବମୂର୍ତ୍ତିକୁ ମଳିନ କରୁଛି। ତେଣୁ ସୋସିଆଲ ମିଡିଆ ପୋଷ୍ଟ ହଟାଯାଉ।
କଣ ଏହି ମାମଲା
ସାମାଜିକ ଗଣମାଧ୍ୟମରେ ଅଞ୍ଜଳି ବିର୍ଲାଙ୍କ ବିରୋଧରେ କିଛି ପୋଷ୍ଟ କରାଯାଇଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ, ପିତା ଓମ ବିର୍ଲାଙ୍କ ପ୍ରଭାବ କାରଣରୁ ଅଞ୍ଜଳି ପ୍ରଥମ ଥର ୟୁପିଏସସି ପରୀକ୍ଷା ପାସ୍ କରିଛନ୍ତି। ଅଞ୍ଜଳି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଥିଲେ। କିଛି ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଏକ ଷଡ଼ଯନ୍ତ୍ର ଆଧାରରେ ତାଙ୍କ ବିରୋଧରେ ଚଲାଯାଉଛି। ଏଥିରେ ତାଙ୍କ ବାପାଙ୍କ ଭାବମୂର୍ତ୍ତି ମଳିନ କରିବାକୁ ହୀନ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।