ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇଥିଲା। ଏଥିରେ  ଅଟୋ ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ  ଘଟିଥିବାବେଳେ ମୋଟର ସାଇକେଲ ଆରୋହୀ  ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁଯାୟୀ,ସୋମବାର ବିଳମ୍ବିତ ରାତିରେ ସେମିଳିଗୁଡାରୁ ପଟ୍ଟାଙ୍ଗି ଅଭିମୁଖେ ଆଗପଛ ହୋଇ ଆସୁଥିବା ଅଟୋ ନଂ ଓଡି୧୦ୟୁ ୭୫୮୯ ହଟାତ ଡାହାଣ ଦିଗକୁ ଗତି କରିବା […] The post ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି… appeared first on Dharitri Odia News.

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…
ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇଥିଲା। ଏଥିରେ  ଅଟୋ ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ  ଘଟିଥିବାବେଳେ ମୋଟର ସାଇକେଲ ଆରୋହୀ  ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ସୂଚନାନୁଯାୟୀ,ସୋମବାର ବିଳମ୍ବିତ ରାତିରେ ସେମିଳିଗୁଡାରୁ ପଟ୍ଟାଙ୍ଗି ଅଭିମୁଖେ ଆଗପଛ ହୋଇ ଆସୁଥିବା ଅଟୋ ନଂ ଓଡି୧୦ୟୁ ୭୫୮୯ ହଟାତ ଡାହାଣ ଦିଗକୁ ଗତି କରିବା ପାଇଁ କିଛି ବାଟ ଆଗକୁ ଆସିବା ସମୟରେ ଅଟୋ ପଛରେ ଆସୁଥିବା ମୋଟର ସାଇକେଲ ନଂ ଓଡି୧୦ ଭି ୮୮୮୪ ଅଟୋକୁ ଧକ୍କା ଦେଇଥିଲା ।
ଏହି ସମୟରେ ଅଟୋ ରାଜପଥ ଉପରେ ଓଲଟିପଡିବା ଦ୍ୱାରା ଅଟୋ ଚାଳକ ଶିବ ହନ୍ତାଳ ଗୁରୁତର ହୋଇ ରାଜପଥ ଉପରେ ପଡି ରହିଥିବା ବେଳେ ମୋଟର ସାଇକେଲ ଆରୋହୀ ବିସମ ପାଙ୍ଗି ଅଟୋକୁ ଧକ୍କା ଦେଇ କିଛି ବାଟ ଛିଟିକି ପଡି ଗୁରୁତର ହୋଇଥିଲେ । ଘଟଣାସ୍ଥଳେ ରହିଥିବା ମାଳିପୁଟ ଗ୍ରାମବାସୀ ଏବଂ ଅନ୍ୟମାନେ ଦୁଇ ଗୁରୁତରଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।ସେଠାରେ  ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ମେଡ଼ିକାଲ କଲେଜରେ ଦୁହେଁ ଚିକିତ୍ସାଧୀନ ଥିବା ବେଳେ ଅଟୋ ଚାଳକ ଶିବ ହନ୍ତାଳଙ୍କ ମୃତ୍ୟୁ ଘଟିଥିଲା। ମୋଟର ସାଇକେଲ ଆରୋହୀ  ବିସମ ପାଙ୍ଗି ଗୁରୁତର  ଅଛନ୍ତି।ସେପଟେ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୋଲିସ ଜବତ କରି ମଙ୍ଗଳବାର ମେଡିକାଲ କଲେଜରେ ପହଞ୍ଚି ମୃତଦେହ ଜବତକରି ତଦନ୍ତଆରମ୍ଭ କରିଛନ୍ତି।

The post ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି… appeared first on Dharitri Odia News.