ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌

ନିରାକାରପୁର,୨୫।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକ ନିକଟରେ ସୋମବାର ଏକ ଅଟୋ ସହ ଏକ କାର୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ସେହିପରି ଅଟୋ ଚାଳକଙ୍କ ସହ ସେଥିରେ ବସିଥିବା ୨ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆହତ ଅଟୋ ଚାଳକ […] The post ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌ appeared first on Dharitri Odia News.

ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌

ନିରାକାରପୁର,୨୫।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକ ନିକଟରେ ସୋମବାର ଏକ ଅଟୋ ସହ ଏକ କାର୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ସେହିପରି ଅଟୋ ଚାଳକଙ୍କ ସହ ସେଥିରେ ବସିଥିବା ୨ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆହତ ଅଟୋ ଚାଳକ ଓ ଦୁଇ ଅଟୋ ଯାତ୍ରୀଙ୍କୁ ବଡ଼ପୋଖରୀଆ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏବେ ସମସ୍ତେ ସୁସ୍ଥଥିବା ଜଣାଯାଇଛି। ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ ବିଧାୟକ ସେଠୀ ଓଡି 0୨ ବିଟି -୫୧୧୫ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କାର୍‌ରେ ଖଲ୍ଲିକୋଟରୁ ଭୁବନେଶ୍ୱର ଆସୁଥିଲେ। ଉକ୍ତ ସମୟରେ ଓଡି 0୨ଏଭି -୩୧୫୯ ବିଶିଷ୍ଟ ଏକ ଅଟୋ ବଡପୋଖରିଆ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ଯାଉଥିବା ବେଳେ ବିଧାୟକଙ୍କ ଗାଡିଟି ଅଟୋଟିକୁ ପଛପଟୁ ଧକ୍କା ଦେଇଥିଲା । ଯଦ୍ୱାରା ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି । ପୋଲିସ ତଦନ୍ତ କରୁଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଙ୍କିଆ ଥାନା ଅଧିକାରୀ ପ୍ରଜ୍ଞା ଋତୁମ୍ଭରା କର ସୂଚନା ଦେଇଛନ୍ତି । ଅଟୋ ଚାଳକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲା ରଣପୁର ବ୍ଳକ କନ୍ଧନୟାଗଡ଼ ପଞ୍ଚାୟତ ଗଡ଼ସାହିର ସୁଧୀର ବେହେରା। ଆଉ ଅଟୋରେ ଯାଉଥିବା ଆହତ ବ୍ୟକ୍ତି ଦ୍ୱୟ ହେଲେ ସେଇ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା ଓ ପ୍ରଶାନ୍ତ ସାହୁ ବୋଲି ଜଣାଯାଇଛି ।

The post ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌ appeared first on Dharitri Odia News.