ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ଠକେଇ ମାମଲାରେ ସମନ ଜାରି କରିଛନ୍ତି।

ଅଡୁଆରେ ଅଭିନେତା ଧର୍ମେନ୍ଦ୍ର, ସମନ ଜାରି କଲେ କୋର୍ଟ

ଅଡୁଆରେ ବଲିଉଡର ହି' ମ୍ୟାନ୍‌ ତଥା ବର୍ଷିଆନ୍‌ ଅଭିନେତା ଧର୍ମେନ୍ଦ୍ର। ସେ ଆଇନ୍‌ ଜାଲରେ ଫଶିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ସମନ। ଧର୍ମେନ୍ଦ୍ର ନିଜ ରେଷ୍ଟୁରାଣ୍ଟର ଫ୍ରାଞ୍ଚାଇଜି 'ଗରମ ଧରମ ଢ଼ାବା'କୁ ନେଇ ଫଶିଛନ୍ତି। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ 'ଗରାମ ଧରମ ଢ଼ାବା' ଫ୍ରାଞ୍ଚାଇଜ ସହ ଜଡିତ ଠକେଇ ମାମଲାରେ ସମନ ଜାରି କରିଛନ୍ତି।

ଜୁଡିସିଆଲ ମାଜିଷ୍ଟ୍ରେଟ ୟଶଦୀପ ଚହଲଙ୍କ ଦ୍ୱାରା ଏହି ସମନ ଜାରି କରାଯାଇଛି। ଦିଲ୍ଲୀର ବ୍ୟବସାୟୀ ସୁଶୀଲ କୁମାର ଧର୍ମେନ୍ଦ୍ରଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ତାଙ୍କ ଫ୍ରାଞ୍ଚାଇଜରେ ବିନିଯୋଗ କରିବାକୁ ପ୍ରଲୋଭନ ଦେଖାଇ ତାଙ୍କ ସହ ଠକେଇ କରିଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି କୋର୍ଟ ଅଭିନେତାଙ୍କ ବିରୋଧରେ ସମନ ଜାରି କରିଛନ୍ତି।

ଡିସେମ୍ବର ୫ ତାରିଖରେ ଜାରି କରାଯାଇଥିବା ଏହି ସମନରେ କୁହାଯାଇଛି ଯେ, ରେକର୍ଡରେ ଥିବା ପ୍ରମାଣ ସୂଚାଇ ଦେଉଛି ଯେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ସେମାନଙ୍କର ସାଧାରଣ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଲୋଭନ ଦେଖାଇଥିଲେ। ଏବଂ ତାଙ୍କ ସହ ଠକେଇ କରିଥିବା ଖୁଲାସା ହୋଇଛି। ପ୍ରମାଣ ଆଧାରରେ ଅଭିଯୁକ୍ତ ବ୍ୟକ୍ତି ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଧାରା ୪୨୦, ୧୨୦ବି ଓ ସହ ଧାରା ୩୪ ଅନୁଯାୟୀ କୋର୍ଟ ଦଣ୍ଡ ଶୁଣାଇବ।

ଆସନ୍ତା ବର୍ଷ ତଥା ୨୦ ଫେବ୍ରୁଆରୀ ୨୦୨୫ରେ ଏହି ମାମଲାର ଶୁଣାଣି ହେବ। ଏହି ଦିନ ଧର୍ମେନ୍ଦ୍ର ଓ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।