ଅଡୁଆରେ କୋହଲିଙ୍କ ପବ୍‌; କାର୍ଯ୍ୟାନୁଷ୍ଠାନ ନେଲା ବେଙ୍ଗାଲୁରୁ ପୋଲିସ, ଜାଣନ୍ତୁ କାରଣ କଣ ?

ନୂଆଦିଲ୍ଲୀ ୦୯/୦୭: ଅଡୁଆରେ ଷ୍ଟାର କ୍ରିକେଟର ବିରାଟ କୋହଲି । କିଙ୍ଗ୍ କୋହଲିଙ୍କ ପବ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବେଙ୍ଗାଲୁରୁର ଏମଜି ରୋଡ଼ରେ ଥିବା ୱାନ ୮ କମ୍ୟୁନ ପବ ଉପରେ ହୋଇଛି ଏହି କାର୍ଯ୍ୟନୁଷ୍ଠାନ । ରିପୋର୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିବାରୁ ଏହି କୋହଲିଙ୍କ ପବ୍‌ ଉପରେ ଆକ୍ସନ ନିଆଯାଇଛି । ସୂଚନା ମୁତାବକ, ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା ୱାନ୮ କମ୍ୟୁନ ପବ୍ କ୍ରିକେଟର କୋହଲିଙ୍କ ମାଲିକାନାରେ ରହିଛି । ବିଳମ୍ବିତ ରାତି ୧.୩୦ ସୁଦ୍ଧା ୩-୪ଟି ପବ୍ ବୁକ୍ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ଚ ପବ୍ ଖୋଲା ରହିବା ଓ ଲାଉଡ ମ୍ୟୁଜିକ ବଜାଇବା ନେଇ ଅଭିଯୋଗ ଆସିଥିବା ଡିସିପି ସେଣ୍ଟ୍ରାଲ ଏକ ବୟାନ ଦେଇଛନ୍ତି । ପବ୍‌ ଗୁଡିକ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ରହିଛି ।  କିନ୍ତୁ ଏହା ପରେ ନୁହେଁ । ବିରାଟ କୋହଲିଙ୍କ ଏମ୍‌ଜି ରୋଡ ସ୍ଥିତ ୱାନ୮ କମ୍ୟୁନ ପବ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ରହିଛି ।  ଏହି ପବ୍ ସେହି ପବ୍‌ ମଧ୍ୟରେ ରହିଛି ଯାହା ନିୟମ ଉଲ୍ଲଘନ କରୁଥିବାର ମାମଲାରେ ସାମିଲ ରହିଛି । ତେବେ ତଦନ୍ତ ଜାରି ରହିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବେଙ୍ଗାଲୁରୁ ପୋଲିସ ଅଧିକାରୀ ।ତେବେ ଗତବର୍ଷ ତାମିଲନାଡୁର ଜଣେ ବ୍ୟକ୍ତି ୱାନ୮ କମ୍ୟୁନ ପବ୍ ମୁମ୍ବାଇ ବ୍ରାଞ୍ଚରେ ଲୁଙ୍ଗି ପିନ୍ଧିଥିବାରୁ ଏଣ୍ଟ୍ରି ମି

ଅଡୁଆରେ କୋହଲିଙ୍କ ପବ୍‌; କାର୍ଯ୍ୟାନୁଷ୍ଠାନ ନେଲା ବେଙ୍ଗାଲୁରୁ ପୋଲିସ, ଜାଣନ୍ତୁ କାରଣ କଣ ?

ନୂଆଦିଲ୍ଲୀ ୦୯/୦୭: ଅଡୁଆରେ ଷ୍ଟାର କ୍ରିକେଟର ବିରାଟ କୋହଲି । କିଙ୍ଗ୍ କୋହଲିଙ୍କ ପବ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବେଙ୍ଗାଲୁରୁର ଏମଜି ରୋଡ଼ରେ ଥିବା ୱାନ ୮ କମ୍ୟୁନ ପବ ଉପରେ ହୋଇଛି ଏହି କାର୍ଯ୍ୟନୁଷ୍ଠାନ । ରିପୋର୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିବାରୁ ଏହି କୋହଲିଙ୍କ ପବ୍‌ ଉପରେ ଆକ୍ସନ ନିଆଯାଇଛି । 

ସୂଚନା ମୁତାବକ, ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା ୱାନ୮ କମ୍ୟୁନ ପବ୍ କ୍ରିକେଟର କୋହଲିଙ୍କ ମାଲିକାନାରେ ରହିଛି । ବିଳମ୍ବିତ ରାତି ୧.୩୦ ସୁଦ୍ଧା ୩-୪ଟି ପବ୍ ବୁକ୍ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ଚ ପବ୍ ଖୋଲା ରହିବା ଓ ଲାଉଡ ମ୍ୟୁଜିକ ବଜାଇବା ନେଇ ଅଭିଯୋଗ ଆସିଥିବା ଡିସିପି ସେଣ୍ଟ୍ରାଲ ଏକ ବୟାନ ଦେଇଛନ୍ତି । ପବ୍‌ ଗୁଡିକ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ରହିଛି ।  କିନ୍ତୁ ଏହା ପରେ ନୁହେଁ । 

ବିରାଟ କୋହଲିଙ୍କ ଏମ୍‌ଜି ରୋଡ ସ୍ଥିତ ୱାନ୮ କମ୍ୟୁନ ପବ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ରହିଛି ।  ଏହି ପବ୍ ସେହି ପବ୍‌ ମଧ୍ୟରେ ରହିଛି ଯାହା ନିୟମ ଉଲ୍ଲଘନ କରୁଥିବାର ମାମଲାରେ ସାମିଲ ରହିଛି । ତେବେ ତଦନ୍ତ ଜାରି ରହିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବେଙ୍ଗାଲୁରୁ ପୋଲିସ ଅଧିକାରୀ ।

ତେବେ ଗତବର୍ଷ ତାମିଲନାଡୁର ଜଣେ ବ୍ୟକ୍ତି ୱାନ୮ କମ୍ୟୁନ ପବ୍ ମୁମ୍ବାଇ ବ୍ରାଞ୍ଚରେ ଲୁଙ୍ଗି ପିନ୍ଧିଥିବାରୁ ଏଣ୍ଟ୍ରି ମିଳିନଥିବାକୁ ବିବାଦକୁ ଆସିଥିଲା । ଏହି ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ।  

ଏହାବ୍ୟତୀତ ଗତବର୍ଷ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ଦିଲ୍ଲୀ ହାଇକୋର୍ଟ ୱାନ୮ କମ୍ୟୁନ ପବ୍‌କୁ ଏପରି ଗୀତ ବଜାଇବାକୁ ବାରଣ କରିଥିଲେ, ଯାହା ଫୋନୋଗ୍ରାଫିକ୍ ପର୍ଫମାନ୍ସ ଲିମିଟେଡ୍ (ପିପିଏଲ୍) ଦ୍ୱାରା କପିରାଇଟ୍ ହୋଇଥିଲା।