ଅଡୁଆରେ ନୟନତାରାଙ୍କ ଫିଲ୍ମ, ଥାନାରେ ଅଭିଯୋଗ
ଫିଲ୍ମରେ ଭଗବାନ ରାମଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରାଯାଇଥିବା ଅଭିଯୋଗ ହୋଇଛି।
ଅଡୁଆରେ ସାଉଥର ଲେଡି ସୁପରଷ୍ଟାର୍ ନୟନତାରାଙ୍କ ଫିଲ୍ମ। ଆଇନ ଜାଲରେ ଫସିଛି ଫିଲ୍ମ। ମେକର୍ସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି।
ସାଉଥ ଫିଲ୍ମ 'ଅନ୍ନପୂର୍ଣ୍ଣା' ରିଲିଜ ହେବାର ଏକ ମାସ ବିତି ଗଲାଣି। ତଥାପି ଏହି ଫିଲ୍ମକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଫିଲ୍ମଟି ଏବେ ବିବାଦ ଭିତରକୁ ଟାଣି ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଫିଲ୍ମ ମେକର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ରମେଶ ସୋଲଙ୍କି ନାମକ ଜଣେ ସୋଶାଲ ମିଡିଆ ୟୁଜର୍ସ ଏହି ଫିଲ୍ମକୁ ବିରୋଧ କିରଛନ୍ତି। ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଏହି ଫିଲ୍ମଟି ଅଣ ହିନ୍ଦୁ। ଏଥିରେ ଭଗବାନ ରାମଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରାଯାଇଛି। ଫିଲ୍ମରେ ଭଗବାନ ରାମ ଆମିଷ ଖାଉଥିଲେ ବୋଲି କୁହାଯାଇଛି। ଯାହା ଭକ୍ତମାନଙ୍କ ଭାବନାକୁ ଆଘାତ ଦେଇଛି। ସେ ଜି' ଓ ନେଟ୍ଫ୍ଲିକ୍ସ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
I have filed complain against #AntiHinduZee and #AntiHinduNetflix
At a time when the whole world is rejoicing in anticipation of the Pran Pratishtha of Bhagwan Shri Ram Mandir, this anti-Hindu film Annapoorani has been released on Netflix, produced by Zee Studios, Naad Sstudios… pic.twitter.com/zM0drX4LMR— Ramesh Solanki