ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ

ଢେଙ୍କାନାଳ: ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାମାକ୍ଷାନଗର... The post ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ appeared first on .

ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ

ଢେଙ୍କାନାଳ: ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାମାକ୍ଷାନଗର ଠାରେ ଆୟୋଜିତ ରାବଣପୋଡି ଉତ୍ସବରେ। ଧୁମଧାମରେ ଚାଲିଥିଲା ପ୍ରସେସନ। ଆଉ ତାହାରି ଭିତରେ ରାବଣ ପୋଡି ଦେଖିବାକୁ ଲାଗିଥିଲା ଲୋକଙ୍କ ଭିଡ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଆତସବାଜି କାର୍ଯ୍ୟକ୍ରମ ।

ଆତସବାଜିରେ କମ୍ପୁଥିଲା ପୂରା ପରିବେଶ। ପ୍ରବଳ ଜନଗହଳି ମଧ୍ୟରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଉପସ୍ଥିତରେ ଆରମ୍ଭ ହେଲା ରାବଣପୋଡି ପ୍ରକ୍ରିୟା।ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଟଙ୍କାର ବାଣ ମରାଗଲା କିନ୍ତୁ ଯେଉଁ ରାବଣକୁ ପୋଡିବା ପାଇଁ ଏତେ ସବୁ ଆୟୋଜନ ସେହି ରାବଣ କିନ୍ତୁ ପୋଡିଲାନି।

ଦୁଇ ବିଧାୟକଙ୍କ ତୀର ରାବଣକୁ ଲକ୍ଷ୍ୟଭେଦ କରିନପାରିବାରୁ ରାବଣପୋଡି ଉତ୍ସବ ସରିଗଲା ପରେ ରାବଣ ଜୀବନ୍ତ ରହିଗଲା l ଯାହାକୁ ନେଇ କାମାକ୍ଷାନଗର ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି l

The post ଅଢେଇ ଲକ୍ଷ ଟଙ୍କାର ବାଣ ମାରିବା ପରେ ପୋଡିଲାନି ରାବଣ appeared first on .