ଅଣସର ଘରେ ମହାପ୍ରଭୁ: ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ
ପୁରୀ,୨।୭: ଅଣସର ଘରେ ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳମୋଦକ ପ୍ରସ୍ତୁତ ହୋଇଛି । ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ଏହି ମୋଦକ ପ୍ରସ୍ତୁତ କରାଯାଇଛି। ଏହାକୁ ସେବନ କରି ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବେ । ପରେ ମହାପ୍ରଭୁଙ୍କ ଖଲି ଲାଗି କରାଯିବ । […] The post ଅଣସର ଘରେ ମହାପ୍ରଭୁ: ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ appeared first on Dharitri Odia News.
ପୁରୀ,୨।୭: ଅଣସର ଘରେ ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳମୋଦକ ପ୍ରସ୍ତୁତ ହୋଇଛି ।
ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ଏହି ମୋଦକ ପ୍ରସ୍ତୁତ କରାଯାଇଛି। ଏହାକୁ ସେବନ କରି ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବେ । ପରେ ମହାପ୍ରଭୁଙ୍କ ଖଲି ଲାଗି କରାଯିବ ।
ବୁଧବାର ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ ।
The post ଅଣସର ଘରେ ମହାପ୍ରଭୁ: ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ appeared first on Dharitri Odia News.